ଶିଶୁପୁତ୍ର ଜନ୍ମଦେଲେ ୧୪ ବର୍ଷୀୟ ବାଳିକା

ଉତ୍ତରାଖଣ୍ଡର ପିଥୋରାଗଡ଼ର ଜିଲା ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି।ଜଣେ ୧୪ ବର୍ଷୀୟା ଝିଅ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଭାରତୀୟ ଦଣ୍ଡ ସଂହିତାର ଧାରା 64(1), 87, ଏବଂ 5/6 ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଆଇନ ଅନୁଯାୟୀ, ମୁନସ୍ୟାରି ପୋଲିସ ଷ୍ଟେଶନରେ ନବଜାତ ଶିଶୁର ପିତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।ସୂଚନା ଅନୁଯାୟୀ, ଶିଶୁର ପିତା ବୋଲି ଦାବି କରୁଥିବା ଯୁବକ ପୁଣେରେ ରହି କାମ କରନ୍ତି।ନାବାଳିକା ଝିଅଟି ଶିଶୁ କଲ୍ୟାଣ କମିଟିକୁ କହିଛନ୍ତି ଯେ, ତାଙ୍କ ବାପାମା’ ବହୁତ ଛୋଟ ଥିବାବେଳେ ଅଲଗା ହୋଇ ଯାଇଥିଲେ। ଗତ ବର୍ଷ ସେ ଯୁବକଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ପୁଣେ ଚାଲି ଯାଇଥିଲେ। ସେଠାରେ ସେ ଗର୍ଭବତୀ ହୋଇଥିଲେ। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଝିଅଟି ଏବଂ ତାଙ୍କ ନବଜାତ ଶିଶୁକୁ ଏକ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାରେ ରଖାଯିବ। ଏଠାରେ ଝିଅଟି ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ସେମାନଙ୍କର ଯତ୍ନ ନିଆଯିବ ବୋଲି ଜଣା ପଡିଛି ।

ଅଧିକ ପଢନ୍ତୁ