ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଅର୍ଥନୈତିକ ଯୁଦ୍ଧ ଏବେ ଏକ ଅତ୍ୟନ୍ତ ଖରାପ ପରିସ୍ଥିତିକୁ ଚାଲିଗଲାଣି।ଇରାନରୁ ତେଲ କିଣିବା ନେଇ ଆମେରିକା ଚୀନ୍ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଆମେରିକାର ଅର୍ଥ ମନ୍ତ୍ରୀ ସ୍କଟ୍ ବେସେଣ୍ଟ କହିଛନ୍ତି, ଇରାନରୁ ଚୀନ୍ ତେଲ କିଣିପାରିବ ନାହିଁ। ଅବରୋଧ ନିଶ୍ଚିତ କରିବା ପାଇଁ କୌଣସି ଚୀନ୍ କିମ୍ବା ଅନ୍ୟ ଜାହାଜକୁ ହର୍ମୁଜ୍ ଷ୍ଟ୍ରେଟ୍ ଦେଇ ଯିବାକୁ ଅନୁମତି ଦିଆଯିବ ନାହିଁ। ସେମାନେ ତେଲ ନେଇପାରିବେ,କିନ୍ତୁ ଇରାନୀ ତେଲ ନେଇପାରିବେ ନାହିଁ ବୋଲି ବେସାଣ୍ଟ ସ୍ପଷ୍ଟ କରିଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ଚୀନ୍ ତିନିଥର ଏକ ଅବିଶ୍ୱାସ ଯୋଗ୍ୟ କାର୍ଯ୍ୟ କରିଛି। ଇରାନ ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବା ଯୋଗୁଁ ବିଶ୍ୱବ୍ୟାପୀ ତେଲ ଚାହିଦା ବୃଦ୍ଧି ପାଇଛି। ଏହାର ସମାଧାନ କରିବାରେ ସାହାଯ୍ୟ କରିବା ପରିବର୍ତ୍ତେ, ଚୀନ୍ କେବଳ ତେଲ ଗଚ୍ଛିତ କରିବାରେ ଲାଗିଛି। ଚୀନ୍ ପାଖରେ ପୂର୍ବରୁ ୩୨ ସଦସ୍ୟ ବିଶିଷ୍ଟ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ମିଳିତ ଭଣ୍ଡାର ସହିତ ସମକକ୍ଷ ଏକ ରଣନୈତିକ ପେଟ୍ରୋଲିୟମ୍ ରିଜର୍ଭ ଅଛି।
ତଥାପି ଚୀନ୍ ତେଲ କିଣିବା ଜାରି ରଖିଛି। ଚୀନ୍ ୯୦ ପ୍ରତିଶତରୁ ଅଧିକ ଇରାନୀ ତେଲ କିଣୁଛି, ଯାହା ଏହାର ବାର୍ଷିକ କ୍ରୟର ପ୍ରାୟ ୮ ପ୍ରତିଶତ। ବେସେଣ୍ଟ
