ଆଣ୍ଡାମାନ ସାଗରରେ ବଡ଼ ଅଘଟଣ,ଭେସେଲ ଓଲଟି ୨୫୦ ଜଣଙ୍କ ମୃତ୍ୟୁ ସମ୍ଭାବନା !

ରୋହିଙ୍ଗ୍ୟା ଶରଣାର୍ଥୀ ଓ ବାଂଲାଦେଶ ନାଗରିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଆଣ୍ଡାମାନ ସାଗରରେ ବୁଡ଼ି ଯାଇଛି | ଅତି କମରେ ୯ ଜଣଙ୍କୁ ଉଦ୍ଧାର କରାଯାଇଛି। ଯେତେବେଳେ ଅନ୍ୟ ୨୫୦ରୁ ଅଧିକ ଲୋକଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିପାରିନାହିଁ।ବାଂଲାଦେଶୀ ଗଣମାଧ୍ୟମ “ଦି ଡେଲି ଷ୍ଟାର”ର ଏକ ରିପୋର୍ଟ ଅନୁଯାୟୀ, ଡଙ୍ଗାଟି ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ନାଗରିକଙ୍କ ସମେତ ପ୍ରାୟ ୨୫୦-୨୮୦ ଲୋକଙ୍କୁ ନେଇଯାଉଥିଲା। ସମୁଦ୍ରରେ କିଛି ଦିନ ବିତାଇବା ପରେ ଡଙ୍ଗାଟି ବୁଡ଼ିଯାଇଥିବା ଜଣାପଡ଼ିଛି। ନିକଟରେ ପାଟ୍ରୋଲିଂ କରୁଥିବା ଜାହାଜଗୁଡ଼ିକ ନଅ ଜଣଙ୍କୁ ଉଦ୍ଧାର କରିବା ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା।ଏପ୍ରିଲ ୪ରେ ଡଙ୍ଗାଟି ବାଂଲାଦେଶ ଛାଡିଥିବାବେଳେ ଏପ୍ରିଲ ୯ରେ ଦୁର୍ଘଟଣା ଘଟିଥିଲା।

ଅଧିକ ପଢନ୍ତୁ