ଡିଜେଲ୍‌ ବଦଳରେ ଓଡ଼ିଶାରେ ଚାଲିବ ଇଭି ବୋଟ୍

ଓଡ଼ିଶାରେ ଚାଲିବ ଇଭି ବୋଟ୍ । ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ ହେବ ବ୍ୟବସ୍ଥା । ଏନେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ରାଜ୍ୟର ୫ଟି ପର୍ୟ୍ୟଟନ ସ୍ଥଳୀ ପାଇଁ ଏବେ ଟେଣ୍ଡର ଡ଼କାଯାଇଛି। କୋଲାବ ଡାମ୍, ହୀରାକୁଦ ଡାମ୍, ଭିତରକନିକା ଓ ବରକୂଳ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ବର୍ତ୍ତମାନର ତେଲ ସଙ୍କଟ ଏବଂ ପ୍ରଦୂଷଣକୁ ରୋକିବା ପାଇଁ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ସ୍ଥାନରେ ଥିବା ପାରମ୍ପରିକ କିମ୍ବା ଡିଜେଲ୍ ବୋଟ୍‌କୁ ବଦଳାଇ ଇଭି ବୋଟ୍‌ରେ ପରିଣତ କରାଯିବ । ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ OTDC ପକ୍ଷରୁ ଟେଣ୍ଡର ମଧ୍ୟ ଆହ୍ୱାନ କରାଯାଇଛି ।

ଅଧିକ ପଢନ୍ତୁ