କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଜଣେ ୭ ମାସର ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇ ତାଙ୍କ ତଣ୍ଟିରୁ ଏକ ମୁଣ୍ଡ କ୍ଲିପ୍ ବାହାର କରାଯାଇଛି। ସୂଚନା ଅନୁଯାୟୀ, ଶିଶୁର ଜୀବନ ରକ୍ଷା ହୋଇଛି। ୭ ମାସର ଏକ ଶିଶୁ ଖେଳୁଥିବା ବେଳେ ଏକ କ୍ଲିପ ଗିଳିଦେଇଥିଲା। କ୍ଲିପ୍ ଟି ତଣ୍ଟିରେ ଲାଗିଯିବାରୁ ଶ୍ବାସକ୍ରିୟାରେ ସମସ୍ୟା ହୋଇଥିଲା। ପରିବାର ଲୋକେ ଶିଶୁକୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ଶିଶୁର ଜୀବନ ବଞ୍ଚାଇବାକୁ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ। ଚିକିତ୍ସାଳୟର ଇଏନ୍ଟି ବିଭାଗର ଡା. ରାଜେଶ କର, ଡା. ଗୋପାଳ ନାୟକ ଓ ତାଙ୍କ ଟିମ୍ ଦୀର୍ଘ ସମୟ ଧରି ଅସ୍ତ୍ରୋପଚାର କରି କ୍ଲଚର ସଫଳତାର ସହ ବାହାର କରିଥିଲେ। ଶିଶୁ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।
