ଭାରତୀୟ ହକି ଦଳର ଡିଫେଣ୍ଡର ବରୁଣ କୁମାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି। ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ବାଙ୍ଗାଲୋରର ଜ୍ଞାନଭାରତୀ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ୨୦୧୯ରେ ମହିଳା ଯେତେବେଳେ ୧୭ ବର୍ଷର ଥିଲେ ସେତେବେଳେ ଇନଷ୍ଟାଗ୍ରାମରେ ବରୁଣଙ୍କ ସଂସ୍ପର୍ଶରେ ଆସିଥିଲେ। ସେତେବେଳେ ବରୁଣ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆରେ ପ୍ରଶିକ୍ଷଣ ନେଉଥିଲେ।ଧିରେ ଧିରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଏବଂ ପରେ ପ୍ରେମରେ ପରିଣତ ହୋଇଥିଲା। ସେତେବେଳେ ତାଙ୍କୁ ବରୁଣ ବିବାହର ପ୍ରତିଶ୍ରୁତି ଦେଇଥିଲେ।
୧୭ ବର୍ଷ ହୋଇଥିବା ସତ୍ତ୍ୱେ ବରୁଣ ତାଙ୍କୁ ବଳାତ୍କାର କରିଥିଲେ। ୨୦୧୯ରେ ଖାଦ୍ୟ ଖାଇବା ବାହାନାରେ ତାଙ୍କୁ ବଳାତ୍କାର କରିଥିଲେ। ତାଙ୍କ ବାପାଙ୍କ ମୃତ୍ୟୁ ପରେ ଘରକୁ ଆସି ସାନ୍ତ୍ୱନା ଦେଇ ଶୀଘ୍ର ବିବାହ କରିବେ ବୋଲି କହିଥିଲେ। ହେଲେ ଏବେ ସେ ପ୍ରତିଶ୍ରୁତିକୁ ପାଳନ କରିବେ ନାହିଁ ବୋଲି କହିଛନ୍ତି। ତେବେ ବରୁଣ କୁମାର ହିମାଚଳର ବାସିନ୍ଦା। ତେବେ ହକି ପାଇଁ ସେ ପଞ୍ଜାବରେ ରହୁଛନ୍ତି। ୨୦୧୭ରେ ଭାରତୀୟ ଟିମ୍ରେ ସେ ଡେବ୍ୟୁ କରିଥିଲେ।୨୦୨୨ରେ ବର୍ମିଂହମ- କମନଓ୍ବେଲଥ ଗେମ୍ସରେ ରୌପ୍ୟ ପଦକ ମଧ୍ୟ ଜିତିଥିଲେ।