ଭିଜିଲାନ୍ସ ଜାଲରେ ସମବାୟ ଅଧିକାରୀ

ଭିଜିଲାନ୍ସ ଜାଲରେ ସମବାୟ ଅଧିକାରୀ ।  ୩୩ ଲକ୍ଷ ୮୦ ହଜାର ଟଙ୍କା ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ସମବାୟ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅନୁଗୁଳ ୟୁନାଇଟେଡ୍ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କ (AUCCB) ମୁଖ୍ୟାଳୟରେ ବ୍ୟାଙ୍କିଂ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିଲେ ।ତଦନ୍ତରୁ ଜଣାପଡ଼ିଛି ଯେ ୨୦୧୭-୧୮ ଆର୍ଥିକ ବର୍ଷରେ ଗଡ଼ସନ୍ତ୍ରୀ ସର୍ଭିସ୍ କୋ-ଅପରେଟିଭ୍ ସୋସାଇଟିର କାର୍ଯ୍ୟନିର୍ବାହୀ ସଚିବ ଭାବେ କାମ କରୁଥିବା ପତିତପାବନ ଦୈନିକ ଆଦାୟ ହେଉଥିବା ଅର୍ଥ ଓ ସରକାରୀ ଜମା ରାଶି ପରିଚାଳନାର ଦାୟିତ୍ୱରେ ଥିଲେ। ଡେ-ବୁକ୍ ରେ ଜାଲିଆତିପୂର୍ଣ୍ଣ ଓ ମିଥ୍ୟା ଏଣ୍ଟ୍ରି କରି ୩୩ ଲକ୍ଷ ୮୦ ହଜାର ୯୬୩ ଟଙ୍କା ଆତ୍ମସାତ କରିଥିଲେ।କୃଷି ଓ ସମବାୟ ଉନ୍ନୟନ ଯୋଜନା ପାଇଁ ଉଦ୍ଦିଷ୍ଟ ଏହି ଅର୍ଥକୁ ବ୍ୟକ୍ତିଗତ ବ୍ୟବହାର ପାଇଁ ହଡ଼ପ କରାଯାଇଥିବା ଭିଜିଲାନ୍ସରେ ଅଭିଯୋଗ କରିଛି। ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଗତକାଲି ମାମଲା ରୁଜୁ ହୋଇଛି।ଅଭିଯୁକ୍ତଙ୍କୁ ଅନୁଗୁଳ ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଛି।

ଅଧିକ ପଢନ୍ତୁ