ଦୁଇ ବର୍ଷରେ ଜିଲ୍ଲାସ୍ତରରେ ୨.୪୦ ଲକ୍ଷ ଅଭିଯୋଗ ଶୁଣାଣି

ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୮ତମ ପାଳି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସକାଳେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି | ଯେଉଁଥିରେ ୬୦୦ରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି । ଏହା ପୂର୍ବରୁ ୧୬ ହଜାର ୬୦୦ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିରୁ ୧୪ ହଜାର ୪୬ଟି ଅଭିଯୋଗର ସମାଧାନ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ସାରା ରାଜ୍ୟରେ ଜିଲ୍ଲାସ୍ତରରେ ଏପ୍ରିଲ ମାସ ସୁଦ୍ଧା ୨ ଲକ୍ଷ ୩୯ ହଜାର ୯୩୩ ଟି ଅଭିଯୋଗ ହୋଇଥିଲା । ସେଥିରୁ ୨ ଲକ୍ଷ ୩୧ହଜାର ୨୪୦ ଟି ଅଭିଯୋଗର ସମାଧାନ ହୋଇଛି ।

ଅଧିକ ପଢନ୍ତୁ