CBSE ଦ୍ୱାଦଶ ଶ୍ରେଣୀ ଖାତା ଯାଞ୍ଚ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ! । CBSE ଖାତା ଯାଞ୍ଚ ପୋର୍ଟାଲ୍ ଖୋଲିଲା । ଟେକ୍ନିକାଲ୍ ସମସ୍ୟା ଯୋଗୁଁ ଦିନେ ବିଳମ୍ବ ପରେ ଶେଷରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ- CBSE ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖାତା ଯାଞ୍ଚ ଓ ପୁନଃ-ମୂଲ୍ୟାୟନ ପୋର୍ଟାଲକୁ ସକ୍ରିୟ କରିଛି ।ଯାଂଚ ଏବଂ ରି-ଇଭାଲୁଏସନ୍ ପାଇଁ ଏହି ପୋର୍ଟାଲ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ।ଗତକାଲିଠୁ ପୋର୍ଟାଲ୍ ଖୋଲିବାକୁ ଘୋଷଣା ହୋଇଥିଲେ ମଧ୍ୟ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ତେବେ କାଲି ବିଳମ୍ବିତ ରାତିରେ ଏହାକୁ ଲାଇଭ୍ କରାଯାଇଛି । ଯେଉଁ ପରୀକ୍ଷାର୍ଥୀ ନିଜର ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇସାରିଛନ୍ତି, ସେମାନେ CBSE ର ଅଫିସିଆଲ୍ ପୋଷ୍ଟ-ରେଜଲ୍ଟ ପୋର୍ଟାଲ୍ ଜରିଆରେ Re-evaluation ପାଇଁ ଆପ୍ଲାଇ କରିପାରିବେ । ତେବେ ଏହି ପ୍ରକ୍ରିୟା postresult.cbseit.in/pvr/ ୱେବସାଇଟରେ ଉପଲବ୍ଧ ଅଛି । ଛାତ୍ରଛାତ୍ରୀ ନିଜର ଆଇଡି-ପାସୱାର୍ଡ ଦେଇ ଲଗ୍-ଇନ୍ କରିପାରିବେ । ଯେଉଁ ନିର୍ଦ୍ଦିଷ୍ଟ ପ୍ରଶ୍ନ ବା ବିଷୟକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛନ୍ତି, ତାହା ବାଛି ନିର୍ଦ୍ଧାରିତ ଫିସ୍ ଅନଲାଇନରେ ଜମା କରିପାରିବେ। କେବଳ ୨୦୨୬ ବୋର୍ଡ ପରୀକ୍ଷା ଦେଇଥିବା ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଖାତା ଯାଞ୍ଚ କରିପାରିବେ। ଆବେଦନ କେବଳ ଅନଲାଇନ୍ ମୋଡରେ ହିଁ ଗ୍ରହଣ କରାଯିବ ।ପୁନଃ ମୁଲ୍ୟାୟନ ପାଇଁ ପ୍ରତି ପ୍ରଶ୍ନ ପିଛା ୨୫ ଟଙ୍କା ଦେବାକୁ ପଡିବ | ଉତ୍ତର ପୁସ୍ତିକାର ସ୍କ୍ୟାନ୍ କପି ପ୍ରତି ବିଷୟ ପାଇଁ ୧୦୦ଟଙ୍କା |ମାର୍କ ଯାଂଚ ପ୍ରତି ବିଷୟ ପାଇଁ ୧୦୦ ଟଙ୍କା ଦେୟ |ଯଦି ପୁନଃ ମୁଲ୍ୟାୟନ ପରେ ନମ୍ବର ବଢ଼େ ଟଙ୍କା ଦେବାକୁ ପଡ଼ିବନି
