ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ତାମିଲନାଡୁ ବିଜେପି ରାଜ୍ୟ ସଭାପତି କେ ଆନ୍ନାମଲାଇ

ଭାରତୀୟ ଜନତା ପାର୍ଟି ଆଜିକାଲି ତାମିଲନାଡୁ ରାଜନୀତିରେ ସମସ୍ୟାରେ ଥିବା ପରି ମନେ ହେଉଛି । ତେବେ ଭାଜପାରୁ ଇସ୍ତଫା ଦେଲେ ଦକ୍ଷିଣ ଭାରତରେ ଭାଜପାର ଅନ୍ୟତମ ପ୍ରମୁଖ ଚେହେରା ତଥା ତାମିଲନାଡୁରେ ଦଳର ପୂର୍ବତନ ସଭାପତି କେ. ଆନ୍ନାମଲାଇ । ସେ ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ତଥାପି ବିଜେପି ତାଙ୍କ ଇସ୍ତଫା ଗ୍ରହଣ କରିଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ।

ମିଳିଥିବା ସୂଚନା ଅନୁଯାୟୀ ଅନ୍ନାମାଲାଇ କିଛି ମାସ ମଧ୍ୟରେ ନିଜର ଲୋକ ଆନ୍ଦୋଳନ/ଆଞ୍ଚଳିକ ରାଜନୈତିକ ଦଳ ଆରମ୍ଭ କରିବେ। ଅନ୍ନାମଲାଇଙ୍କ ନିକଟତମ ସୂତ୍ର ଅନୁଯାୟୀ, ସେ ଗତ କିଛି ମାସ ମଧ୍ୟରେ ବିଜେପି ନେତୃତ୍ୱଠାରୁ ଦୂରେଇ ଯାଇଥିଲେ ଏବଂ ବିଧାନସଭା ନିର୍ବାଚନରେ ​​ବିଜୟଙ୍କ ବିଜୟ ଦେଖି ରାଜ୍ୟରେ ଆଉ ଏକ ରାଜନୈତିକ ଦଳ ପାଇଁ ସ୍ଥାନ ଥିବା ବିଶ୍ୱାସ କରି ଆଉ ଏକ ଦଳ ପାଇଁ ଅଣ୍ଟା ଭିଡ଼ିଛନ୍ତି।

ଅଧିକ ପଢନ୍ତୁ