ଗୁରୁବାର କଟକ ଏସ୍ସିବି ମେଡିକାଲ ସର୍ଜରୀ ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି।ତେବେ ଏସ୍ସିବି କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କ ତ୍ୱରିତ ପଦକ୍ଷେପ କାରଣରୁ ନିଆଁ ଆୟତ୍ତ ହୋଇପାରିଛି । ଅବଶ୍ୟ ଖବର ପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ନିଆଁ ଆୟତ୍ତ ହୋଇସାରିଥିବାରୁ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବିଦ୍ୟୁତ କେବୁଲ ଉପରେ ଅତ୍ୟଧିକ ଚାପ ପଡୁଥିବା କାରଣରୁ ଏପରି ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।
