ଭାରତର ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନନ୍ଦା ଇତିହାସ ରଚିଛନ୍ତି । ଚଳିତ ନରୱେ ଚେସ୍-୨୦୨୬ର ଟାଇଟଲ ଜିତିଛନ୍ତି । ଫାଇନାଲ ରାଉଣ୍ଡରେ ପ୍ରଜ୍ଞାନନ୍ଦା ଜର୍ମାନୀର ଭିନସେଣ୍ଟ କିମରଙ୍କୁ ହରାଇଛନ୍ତି । ଶେଷ ରାଉଣ୍ଡରେ କିମରଙ୍କୁ ହରାଇ ୩ ପଏଣ୍ଟ ସହିତ ୧୮ ପଏଣ୍ଟ ହାସଲ କରି ନରୱେ ଚେସ୍ ଚାମ୍ପିଅନ ହୋଇଛନ୍ତି ।ଜିତିବା ପରେ ପ୍ରଜ୍ଞାନନ୍ଦ କହିଛନ୍ତି, ଜିତିବା ବେଳେ ମୋତେ ବହୁତ ଟେନସନ ଲାଗିଥିଲା । ମୁଁ ଏବେ ବି ସେହି ଜୋନରେ ରହିଛି । ୪ଟି କ୍ଲାସିକାଲ ଗେମ୍ ଜିତିବା ଏହି ଟୁର୍ଣ୍ଣାମେଣ୍ଟ ଜିତିବା ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ । ପ୍ରଜ୍ଞାନନ୍ଦ ଟୁର୍ଣ୍ଣାମେଣ୍ଟରେ ୪ଟି ଲଗାତାର ଜିତିବା ପରେ ଦୁଇଟି ମ୍ୟାଚ ଡ୍ର କରିଥିଲେ । ଆଉ ୧୮ ପଏଣ୍ଟ ସହିତ ସବୁଠାରୁ ଆଗରେ ରହି ଚାମ୍ପିଅନ ହୋଇଛନ୍ତି ।
