ବିଦ୍ୟୁତ ବିଭାଗର ମନମାନିକୁ ବିରୋଧ କରି ତାତିଲେ ଦଶପଲ୍ଲା ଉପଭୋକ୍ତା  : ୩୦ରେ ଦଶପଲ୍ଲା ବନ୍ଦ

ଦଶପଲ୍ଲା, (ଓଡ଼ିଶା ଦର୍ପଣ):
ଟାଟା ପାୱାରର ଦଶପଲ୍ଲାରେ ମନଇଚ୍ଛା
ବିଦୁତ କାଟ, ଲୋ ଭୋଲ୍ଟେଜ଼ର ଦୂରୀ କରଣ, ସଂଗଠିତ ଭାବେ ପ୍ରତିବାଦ କରୁଥିବା ଉପଭୋକ୍ତା ଙ୍କ ନାମରେ    ଟିପିସିଓଡିଏଲର ମିଥ୍ୟା ମୋକଦ୍ଦମାକୁ ପ୍ରତ୍ୟାହାର କରିବା, ସ୍ମାଟ ମିଟର ଲଗାଇବା ବାହାନାରେ ଗ୍ରାହକ ମାନଙ୍କୁ ଜୁଲୁମ ବନ୍ଦ କରିବା ଏବଂ ଟାକରାର ଝୀଂଟିକାବାରି ଠାରେ ୪ ବର୍ଷ ହେଲା ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଗ୍ରୀଡ଼କୁ ଚାଲୁ ନ କରିବା ପ୍ରତିବାଦରେ ବୁଧବାର ଦିନ ସାହସ୍ରାଧିକ ଜନ ସାଧାରଣ ଏକ ବିଶାଳ ଶୋଭାଯାତ୍ରାରେ ପ୍ରଭୁ ମହାବୀରଙ୍କ ପୀଠରୁ ଆସି ସହର ପରିକ୍ରମା ପରେ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ୨୫ ତାରିଖ ଭିତରେ ଯଦି ୫ ଗୋଟି ମୌଳିକ ଦାବି ସରକାର ସମାଧାନ ଦିଗରେ ଟାଳତୁଳ ନୀତି ଅଵଲମ୍ବନ କାରନ୍ତି ତେବେ ଜୁନ ୩୦ ତାରିଖ ଦିନ ଦଶପଲ୍ଲା ବନ୍ଦ କରିବାକୁ ଚେତବନୀ ଦେଇଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଦଶପଲ୍ଲା ବିଦ୍ୟୁତ ଉପୋଭୋକ୍ତା ସଂଘର ଆହ୍ୱାନ କ୍ରମେ ସଭାପତି ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ଗଣ ସଂଗଠନ, ଦଶପଲ୍ଲା ଏନଏସିର ଅଧ୍ୟକ୍ଷା ଇଂ ପୁନମ ପ୍ରିୟ ଦର୍ଶିନୀ,ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ କୁମାର ପଟନାୟକ, ସମ୍ପାଦକ ସୁବାଷ ଚନ୍ଦ୍ର ମହାପାତ୍ର,ମହାବୀର ବଣିକ ମହାସଂଘ ସଭାପତି ଅଲେଖ ସାହୁ, ପୂର୍ବତନ ବ୍ଳକ ଅଧକ୍ଷ ଉପେନ୍ଦ୍ର କୁମାର ସାହୁ, ଦଶପଲ୍ଲା ବ୍ଳକ ସରପଞ୍ଚ ସଂଘ ସଭାପତି ବରୁଣ କୁମାର ପାତ୍ର, ଘରୋଇ ବସ ମଲିକ ସଂଘ ସଭାପତି ସୂର୍ଯ୍ୟମଣୀ ଦାଶ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଅଧିବକ୍ତା ସୁଶାନ୍ତ କୁମାର ପାତ୍ର, ଅଧିବକ୍ତା ଦିଲ୍ଲୀପ କୁମାର ପଣ୍ଡା, ରୋଟାରୀ କ୍ଳବ ସଭାପତି ବିଜୟ କୁମାର ଅଗ୍ରୱାଲ, ସମ୍ପାଦକ ସନ୍ତୋଷ କୁମାର ସାହୁ, ସ୍ପଟିଭ ସ୍ପର୍ଟ ସୋସାଇଟି ସମ୍ପାଦକ ଭବାନୀ ପ୍ରସାଦ ମିଶ୍ର, ପ୍ରେସ କ୍ଳବ ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କ ସମେତ ୨୦ ଗୋଟି ଯୁବକ ସଂଘ ଓ କ୍ଳବର ପ୍ରତିନିଧି ସାମିଲ ହୋଇଥିଲେ। ପଦଯାତ୍ରାରେ ହାତରେ ବିଞ୍ଚଣା ଓ ଲଣ୍ଠନ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବିପତ୍ର ଦେବା ସମୟରେ ତହସିଲର କୌଣସି ଅଧିକାରୀ ନଥିବା ହେତୁ ଆନ୍ଦୋଳନ କାରିଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।  ଏହାର ପ୍ରତିବାଦରେ ତହସିଲ ଫାଟକ ସମ୍ମୁଖରେ କିଛି ସମୟ ଜିଦ ଧରି ବସି ରହିବା ପରେ ଓ ହନୁମାନ ଚାଳିଶା ପାଠ ପରେ ଶେଷରେ ବାଧ୍ୟ ହୋଇ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ସ୍ୱରୂପ କ୍ଷମତା ପ୍ରାପ୍ତ ଅଧିକାରୀ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କୁ ପଠାଇବା ପରେ ସେ ଦାବି ପତ୍ରକୁ ଗ୍ରହଣ କରିଥିଲେ। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ଓ ପୁଲିସ ଫୋର୍ସ ଉପସ୍ଥିତ ଥିଲେ। ବିକ୍ଷୋଭ ସ୍ଥଳରେ ଉପଭୋକ୍ତା ସଂଘ କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ମହାଖୁଡ଼, ଦିବ୍ୟାଙ୍ଗ ଲଷ୍ମୀଧର ବେହେରା, ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ, ଜୀବନ ପଟନାୟକଙ୍କ ସମେତ ବହୁ ନେତୃତ୍ୱ ନ୍ୟାର୍ଯ୍ୟ ଦାବିକୁ ସମର୍ଥନ କରି ଅଭିଭାଷଣ ରଖିଥିଲେ।By:-Laxmidhar Sahoo

ଅଧିକ ପଢନ୍ତୁ