କଂଗ୍ରେସ ଯୁବନେତା କହ୍ନେୟା କୁମାରଙ୍କ ସମ୍ବଲପୁରରେ ରଣହୁଙ୍କାର l ସମ୍ବଲପୁରରେ NSUI ପକ୍ଷରୁ ଆୟୋଜିତ ଏକ ଜନ ଆକ୍ରୋଶ ରାଲି ଓ ସମାବେଶରେ ଯୋଗ ଦେବାକୁ ଆସି ନିଟ ପ୍ରଶ୍ନ ପତ୍ର ଲିକ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି କହ୍ନେୟା l ତେବେ ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ଏହାକୁ ପ୍ରତିକ୍ରିୟା ଦେଇଛନ୍ତି ଯେ ଓଡ଼ିଶା ଭଳି ସ୍ୱାଧୀନତା ସଂଗ୍ରାମର ପବିତ୍ର ମାଟିରେ ଦେଶ ବିଭାଜନକାରୀ ଓ ଦେଶବିରୋଧୀ ମାନସିକତାର ମନ୍ତବ୍ୟ ଦେଉଛନ୍ତି କହ୍ନେୟା କୁମାର । ସେ ଜେଏନୟୁରେ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିଲେ । ତାଙ୍କ ମନ୍ତବ୍ୟକୁ ଓଡ଼ିଶାର ସ୍ୱାଭିମାନୀ ଯୁବ ଓ ଛାତ୍ର ସମାଜ କେବେ ଗ୍ରହଣ କରିବେନି । ।ରବି ନାଏକ କହିଛନ୍ତି ଯେ, କଂଗ୍ରେସ ନିଜ ଦେଶବିରୋଧୀ ଚେହେରାକୁ ଲୁଚାଇବାକୁ ଜଣେ ବିବାଦୀୟ ଓ ଦେଶଦ୍ରୋହୀ ମାନସିକତାର ବ୍ୟକ୍ତିଙ୍କୁ ଓଡ଼ିଶା ଆଣିଥିଲା । ଏଠାକାର ଶାନ୍ତିପ୍ରିୟ ପରିବେଶକୁ ନଷ୍ଟ କରିବାକୁ ହୀନ ପ୍ରୟାସ କରୁଛି ।
