ସୌମ୍ୟ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ; ମୁଣ୍ଡ ଗଭୀର ଆଘାତ

ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣାରେ ବଡ ରହସ୍ୟ ସାମ୍ନାକୁ ଆସିଛି। ସୌମ୍ୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ଶରୀରର ୨୧ଟି ଜାଗାରେ ଲାଗିଥିଲା ଗଭୀର ଆଘାତ । ମୁଣ୍ଡର ଆଗ, ପଛ ଓ ମଝିରେ ଶକ୍ତ ଆଘାତ ଯୋଗୁଁ ରକ୍ତ ଜମାଟ ବାନ୍ଧି ଫୁଲି ଯାଇଥିଲା । ଫୁସଫୁସରେ ମଧ୍ୟ ରକ୍ତ ଜମାଟ ବାନ୍ଧିଥିଲା । ନିଶା ଦ୍ରବ୍ୟ ସେବନ କରିଥିଲେ କି ନାହିଁ ତାହା ଜାଣିବାକୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଦିଆଯାଇଛି ।ସୂଚନା ଯୋଗ୍ୟ,ଗତ ମେ ୭ରେ ଗାଡ଼ି ଦୁର୍ଘଟଣା ଓ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଆଣି ସୌମ୍ୟଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ସୌମ୍ୟଙ୍କ ପରିବାର ପ୍ରଥମରୁ ଅଭିଯୋଗ କହିଥିଲେ। ଏନ୍‌ଏଚ୍‌ଆର୍‌ସି ଟିମ୍ ଆଗରେ ମଧ୍ୟ ସୌମ୍ୟଙ୍କ ମାଆ ପୁଅକୁ ଦିଆଯାଇଥିବା ନିର୍ଯାତନା ସମ୍ପର୍କରେ ବୟାନ ରଖିଥିଲେ। ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଏବେସୁଦ୍ଧା ୧୮ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଅଧିକ ପଢନ୍ତୁ