ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣା ନାଇଡୁ କମିସନ୍ ରିପୋର୍ଟ ହଜିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଏ.ଏସ୍ ନାଇଡୁ। ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି କହିଛନ୍ତି। ଦେଢ଼ ହଜାର ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ ହୋଇ ସରକାରଙ୍କୁ ଦିଆ ଯାଇଥିଲା। ଏହା ଚୋରି ହେବା ସହଜ କଥା ନୁହେଁ। ରିପୋର୍ଟର ଦ୍ବିତୀୟ କପି ନାହିଁ। ଅନ୍ୟପଟେ ଲକ୍ଷ୍ଣାନନ୍ଦ ସରସ୍ୱତୀ ହତ୍ୟା ମାମଲାରେ ତଦନ୍ତ ମାମଲାର ତଦନ୍ତ ରିପୋର୍ଟ ନେଇ ଟାର୍ଗେଟ କରିଛି ବିଜେପି। ପ୍ରେସମିଟ କରି ବର୍ଷିଲେ ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ । ୨୦୧୬ ସେପ୍ଟେମ୍ବର ୧୬ ତାରିଖରେ ତଦନ୍ତ କମିଶନ ରିପୋର୍ଟ ଦେଇଥିଲେ । ୨୦୧୬ ସେପ୍ଟେମ୍ବର ୧୯ରେ ମୁଖ୍ୟ ସଚିବ ନବୀନଙ୍କୁ ଦପ୍ତରକୁ ପଠାଇଲେ । ୨୦୨୪ ଜୁନ ୪ ଭୋଟ ଗଣତି ବେଳେ ବିଜେପି ଆଗୁଆ ହେବାରୁ ଫାଇଲ ଗଲା । ସବୁ ଫାଇଲ ଗୃହକୁ ବିଭାଗକୁ ଗଲା, ମାତ୍ର ଦୁଇଟି ଫାଇଲ ଗଲା ନାହିଁ । ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ତଦନ୍ତ, ସମ ହସ୍ପିଟାଲ ତଦନ୍ତ ରିପୋର୍ଟ ଗଲାନି । ଯୋଜନାବଦ୍ଧ ଭାବେ ଏହାକୁ ଲୁଚାଇ ଦିଆଗଲା । ଫାଇଲ ନ ମିଳିବାରୁ ୨୦୨୫ ଅକ୍ଟୋବର ୨୩ରେ ନବୀନଙ୍କୁ ଚିଠି ହେଲା । ଗୃହ ବିଭାଗ ଚିଠି କରିବା ପରେ ନବୀନ ଏହାର କୌଣସି ଉତ୍ତର ଦେଲେନି । ୨୦୨୫ ନଭେମ୍ବର ୪ରେ ପୁଣି ଥରେ ନବୀନଙ୍କୁ ରିମାଇଣ୍ଡର ଗଲା ।
