ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼ର ଜୁନିୟର କ୍ରିକେଟ କମିଟି ଗୁରୁବାର ଶ୍ରୀଲଙ୍କା ବିପକ୍ଷ ହେବାକୁ ଥିବା ଦିନିକିଆ ଏବଂ ମଲ୍ଟି ଡେ ମ୍ୟାଚ୍ ଲାଗି ଭାରତର ଅଣ୍ଡର-୧୯ଟିମର ଘୋଷଣା କରାଯାଇଛି । ଉଭୟ ସିରିଜ ଲାଗି ଭିନ୍ନ ଭିନ୍ନ ୧୫ଜଣିଆ ସଦସ୍ୟ ଟିମ୍ ଜାରି କରାଯାଇଛି । ପ୍ରଥମ ୩ ମ୍ୟାଚ ଓ୍ବାନଡେ ସିରିଜ ହେବ । ଏହାପରେ ୨ ମ୍ୟାଚର୍ ମଲ୍ଟି-ଡେ ସିରିଜ ହେବ । ଏହି ଦଳରେ ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡଙ୍କ ପୁଅ ଅନଭ୍ୟ ଦ୍ରାବିଡଙ୍କୁ ମଧ୍ୟ ସୁଯୋଗ ମିଳିଛି ।ଦ୍ରାବିଡ଼ ଦଳର ୱିକେଟକିପର ହେବେ । କିନ୍ତୁ ଅନଭ୍ୟଙ୍କୁ ବହୁ-ଦିବସୀୟ ମ୍ୟାଚ୍ ପାଇଁ ଦଳରେ ସାମିଲ କରାଯାଇ ନାହିଁ ।ସିରିଜର ଆରମ୍ଭ ୪ଜୁଲାଇରେ ହେବ । ଯେତେବେଳେ ପ୍ରଥମ ଓ୍ବାନଡେ ଖେଳାଯିବ । ସେହିଭଳି ଶେଷ ମ୍ୟାଚ୍ ୯ଜୁଲାଇରେ ହେବ । ପରେ ୧୩ଜୁଲାଇରୁ ମଲ୍ଟି-ଡେ ସିରିଜର ଆରମ୍ଭ ହେବ । ଏହାପରେ ଦ୍ବିତୀୟ ମଲ୍ଟି-ଡେ ମ୍ୟାଚ୍ ୨୦ଜୁଲାଇରୁ ଆରମ୍ଭ ହେବ । ଓ୍ବାନଡେ ସିରିଜର ମ୍ୟାଚ୍ ହମ୍ବନଟୋଟାରେ ହେବ । ସେହିଭଳି ମଲ୍ଟି-ଡେ ସିରିଜର ପ୍ରଥମ ମ୍ୟାଚ୍ ଗାଲେ ଏବଂ ଦ୍ବିତୀୟ କଲମ୍ବୋରେ ହେବ ।
ଭାରତୀୟ ଅଣ୍ଡର-୧୯ ଦିନିକିଆ ସିରିଜ୍ ପାଇଁ ଦଳ: ସାଗର ଭିର୍କ, ଲକ୍ଷ୍ୟ ରାୟଚନ୍ଦାନି (ଉପ-ଅଧିନାୟକ), ଯଶବର୍ଦ୍ଧନ ସିଂହ ଚୌହାନ (ଅଧିନାୟକ), ବିନୀତ ଭିକେ, ଅର୍ଜୁନ ରାଜପୁତ, କୁଶାଗ୍ର ଓଝା, ରଜତ ବାଘେଲ (ୱିକେଟକିପର), ଅନଭ୍ୟ ଦ୍ରାବିଡ (ୱିକେଟକିପର), ଅନମୋଲଜିତ ସିଂହ, ଭୁଟକୁରୀ ଯଶବୀର ଗୌଡ, ରୋହିତ ଅନିଲ ଯାଦବ, ଶାଭିନ ଭି, କାଭ୍ୟା ପରେଶ ପଟେଲ, ମୋହିତ ଉଲଭା, ଇଶାନ ସୁଦ
