୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଭେଟି । ରାଜଧାନୀ ଭୁବନେଶ୍ୱରରେ ନୂଆ ରାସ୍ତାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବହୁ ପ୍ରତୀକ୍ଷତ ଏକାମ୍ର କାନନ ରାସ୍ତା ଉଦଘାଟିତ କରାଯାଇଛି । ବିଶେଷ କରି ସାଲିଆସାହି ଠାରୁ ହାତୀଆଶୁଣି ପର୍ଯ୍ୟନ୍ତ 800 ମିଟର ରାସ୍ତା ନିର୍ମାଣ ପାଇଁ ହଟହଟା ହୋଇଥିଲେ ସରକାର । ସାଲିଆସାହିର 556 ପରିବାରକୁ ସ୍ଥାନାନ୍ତର କରି ଥଇଥାନ ପରେ ଏବେ ଏହି ରାସ୍ତାଟି ଫିଟୁଛି । ଭୁବନେଶ୍ୱରରେ ଦେଖାଯାଉଥିବା ଟ୍ରାଫିକ ଭିଡକୁ କମାଇବ ଏହି ରାସ୍ତା ବିଶେଷ ସହାୟକ ହେବ ।ଏଣିକି ସିଆରପି ଛକରୁ ସିଧା ପଟିଆ ଯିବା ଏହା ପ୍ରମୁଖ ବାଟ ହେବ ।
