ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ, ଶାଢ଼ୀରେ ମହାପ୍ରଭୁଙ୍କ ଚିତ୍ର ରଖି ସୋସିଆଲ ମିଡିଆରେ ବିଜ୍ଞାପନ

ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ। ଶାଢିର କାନିରେ ତିନି ରଥ ଓ ସେଇ ରଥରେ ତିନି ଠାକୁରଙ୍କ ଚିତ୍ର ରହିଛି। ସୋନାଇ ଷ୍ଟୋର ନାମକ ଏକ ସଂସ୍ଥା ସୋସିଆଲ ମିଡିଆରେ ଏହି ବିଜ୍ଞାପନ ଦେଇଛି।ଏହି ଶାଢ଼ିକୁ ‘ଜୟ ଜଗନ୍ନାଥ ପିଓର କଟନ ଶାଢ଼ି ’ ନାମରେ ୭୪୯ ଟଙ୍କାରେ ବିକ୍ରି କରାଯାଉଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଶ୍ରୀମନ୍ଦିର ସେବାୟତ ମହଲରେ ତୀବ୍ର ଉଦବେଗ ପ୍ରକାଶ ପାଇଛି। ତୁରନ୍ତ ଶାଢ଼ିରୁ ମହାପ୍ରଭୁଙ୍କ ଚିତ୍ର ହଟାଇବାକୁ ଦାବି ହୋଇଛି।

ଅଧିକ ପଢନ୍ତୁ