ଆସନ୍ତା ୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ କାଳରେ ସେ ମୟୂରଭଞ୍ଜ ଜିଲ୍ଲାର ଐତିହାସିକ ସ୍ଥଳ ପରିଦର୍ଶନ କରିବା ସହିତ ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ହେବାର ପ୍ରମୁଖ କାର୍ଯ୍ୟକ୍ରମ ରହିଛି।୨୦ ତାରିଖ ପୂର୍ବାହ୍ନ ୧୧ଟା ୫ରେ ପାହାଡ଼ପୁର ହେଲିପ୍ୟାଡ୍ରେ ଓହ୍ଲାଇବେ । ୧୧ଟା ୧୫ରେ ଗୋଷାଣୀ ପୀଠରେ ପହଞ୍ଚିବେ, ଘଣ୍ଟାଏ ପାହାଡ଼ପୁରରେ ରହିବେ । ୧୨ଟା ୫୫ ମିନିଟରେ ସଭାସ୍ଥଳରେ ଯୋଗଦେବେ ମୋଦୀ । ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ । ୧ଟାରୁ ୨ଟା ଯାଏଁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ, ୨ଟା ୧୫ରେ ଓଡ଼ିଶା ଛାଡ଼ିବେ ।ସେଠାରୁ ସେ ସିଧାସଳଖ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।
