ଚିନ୍ତାରେ ଉଦ୍ଧବ : ଶିବସେନା ସାଂସଦଙ୍କୁ ଦିଆଯାଉଛି ୧୫ କୋଟିର ଅଫର !

ଶିବସେନା (ୟୁବିଟି) ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀରେ ସାଂସଦମାନଙ୍କର ହୋଇଥିବା ବୈଠକରେ ସାଂସଦଙ୍କ ଅନୁପସ୍ଥିତି ସବୁ କଳ୍ପନା ଜଳ୍ପନା ଜନ୍ମ ଦେଇଛି । ଉଦ୍ଧବଙ୍କ ଦଳର ଏମପି ଏବଂ ଏମଏଲଏମାନେ ଫୋନ୍ ରିସିଭ୍ କରୁନାହାଁନ୍ତି । ଦଳର ୬ ଜଣ ସାଂସଦ ବିଦ୍ରୋହ କରିବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି । ଯାହାକୁ ନେଇ ୟୁବିଟି ବା ଉଦ୍ଧବ ଶିବସେନାର ସାଂସଦ ସଞ୍ଜୟ ରାଓ୍ୱତ ବଡ ଦାବି କରିଛନ୍ତି ।

ସଞ୍ଜୟ କହିଛନ୍ତି ଯେ, ସାଂସଦମାନଙ୍କୁ କିଣିବା ପାଇଁ ପ୍ରୟାସ କରାଯାଉଛି । ସବୁ ଟଙ୍କାର ଖେଳ ଅଟେ । ମହାରାଷ୍ଟ୍ରର ସାଂସଦମାନଙ୍କୁ ୧୫ କୋଟି ଟଙ୍କାର ଅଫର ମିଳିଛି । ଏହାସହ ସେ ଦେବେନ୍ଦ୍ର ଫଡନାବୀସଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ।ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ମଧ୍ୟରେ ଏକନାଥ ସିନ୍ଦେ ଦିଲ୍ଲୀ ଗସ୍ତ କରିଛନ୍ତି । କୁହାଯାଉଛି ଯେ, ୟୁବିଟିର ୬ ଜଣ ସାଂସଦ ଏକ ଭିନ୍ନ ଗୋଷ୍ଠୀ କରିପାରନ୍ତି । ସେମାନେ ବିଜେପିରେ ସାମିଲ ହେବାର ସମ୍ଭାବନା ମଧ୍ୟ ରହିଛି । ଅନେକ ବିଦ୍ରୋହୀ ସାଂସଦ ମଧ୍ୟ ଚାର୍ଟାର୍ଡ ଫ୍ଲଇଟରେ ଦିଲ୍ଲୀ ଗସ୍ତ କରିଛନ୍ତି ।

ଅଧିକ ପଢନ୍ତୁ