ଆଜି ଉତ୍ତର ଓଡ଼ିଶାର ଅନେକ ସ୍ଥାନ ଏବଂ ଦକ୍ଷିଣ ଉପକୂଳର କିଛି ଜାଗାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତା ୨ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ ।ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ବର୍ତ୍ତମାନ ନିୟମିତ ବର୍ଷା ସମ୍ଭାବନା ରହିଛି । ୨୧/୨୨ରୁ ରାଜ୍ୟରେ ବର୍ଷା ସାମାନ୍ୟ ବଢ଼ିବ । ୨୫ବେଳକୁ ସାମାନ୍ୟ କମିବ । କିନ୍ତୁ, ୨୭ବେଳକୁ ପୁଣି ବର୍ଷା ପରିମାଣ ବୃଦ୍ଧି ପାଇବ
