ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୪୭ ହଜାର ୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ ଘାଟନ । ଓଡ଼ିଶାର ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜନଜାତି କଲ୍ୟାଣକୁ ଏକ ନୂଆ ଦିଗ ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଭାବେ ୪୭ହଜାର ୬ଶହ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ
ପ୍ରଧାନମନ୍ତ୍ରୀ ମୋର ଛୋଟ ଗାଁକୁ ଆସିବା ମାଟି ପ୍ରତି ତାଙ୍କର ମୋହ ରହିଛି । ଜନଜାତିଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଅନେକ କିଛି ଭେଟି ଦେଇଛନ୍ତି । ଏହା ଦ୍ୱାରା ସ୍ଥାନୀୟ ଜନଜାତି ଲୋକେ ବେଶ ଉପକୃତ ହେବେ । ଯେଉଁସ୍ତରକୁ ଗଲେ ବି ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ନିର୍ବାଚିତ ପିଏମ ଭାବେ ସର୍ବାଧିକ ସମୟ ଶାସନରେ ରହିବା ନେଇ ବଧାଇ ଜଣାଇଛନ୍ତି ।
