ଧର୍ମେନ୍ଦ୍ର ତାଙ୍କ ନାମ ପରିବର୍ତ୍ତନ କଲେ

ଶାହିଦ କପୁର ଏବଂ କ୍ରିତି ସାନନଙ୍କ ଅଭିନୀତ ମୁଭି ତେରି ବାତୋଁ ମେଁ ଏସା ଉଲଝା ଜିଆ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମକୁ ନେଇ ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ସୋସିଆଲ ମିଡିଆ ଠାରୁ ସମାଲୋଚକ ପର୍ଯ୍ୟନ୍ତ ଏହି ଫିଲ୍ମକୁ ଭଲ ସମୀକ୍ଷା ଦିଆଯାଉଛି। ତେବେ ଏହି ଫିଲ୍ମରେ ଅଭିନେତା ଧର୍ମେନ୍ଦ୍ରଙ୍କୁ କୌଣସି ଅନ୍ୟ ଏକ ନାମରେ କ୍ରେଡିଟ୍ ଦିଆଯାଇଛି।ବଲିଉଡରେ ପାଦ ଥାପିବାର ୬୪ ବର୍ଷ ପରେ ଧର୍ମେନ୍ଦ୍ର ତାଙ୍କ ନାମ ବଦଳାଇଛନ୍ତି। ସେ ତାଙ୍କ ନୂଆ ନାମକୁ ଫିଲ୍ମ ସ୍କ୍ରିନରେ ମେନସନ୍ କରିଛନ୍ତି।

ଶାହିଦ କପୁର ଓ କୃତି ସେନନଙ୍କ ଫିଲ୍ମ ‘ତେରୀ ବାତୋମେଁ ଐସା ଉଲଝା ଜିୟା’ରେ ଧର୍ମେନ୍ଦ୍ରଙ୍କୁ ‘ଧର୍ମେନ୍ଦ୍ର ସିଂହ ଦେଓଲ’ ନାମରେ କ୍ରେଡିଟ ଦିଆଯାଇଛି।ଉଲ୍ଲେଖଯୋଗ୍ୟ ଯେ ଧର୍ମେନ୍ଦ୍ରଙ୍କ ପିଲାଦିନ ନାମ ଧରମ ସିଂହ ଦେଓଲ ଥିଲା। ତେବେ ପର୍ଦ୍ଦାରେ ତାଙ୍କ ନାମ ବଦଳି ଯାଇଥିଲା। ଧରମ ସିଂହରୁ ସେ ଧର୍ମେନ୍ଦ୍ର ହୋଇଯାଇଥିଲେ।

ଅଧିକ ପଢନ୍ତୁ

Odisha Darpan Digital