ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜା ବାପା ଅନିରୁଦ୍ଧ ସିଂ ଜାଡେଜାଙ୍କ ସାକ୍ଷାତକାର ପ୍ରସଙ୍ଗରେ ବୟାନ ରଖିଛନ୍ତି। ପରିବାରରେ ଫାଟ ସୃଷ୍ଟି କରିଥିବାରୁ ଜାଡେଜାଙ୍କ ପତ୍ନୀ ରିଭାଭା ଦୋଷୀ ବୋଲି କହିଥିଲେ ଅନିରୁଦ୍ଧ ସିଂ। ଏକ ଖବର କାଗଜକୁ ସାକ୍ଷାତ୍କାର ଦେଇ ଅନିରୁଦ୍ଧସିଂହ ତାଙ୍କ ବୋହୂ ରିଭାବା ଜାଡ଼େଜାଙ୍କ ଉପରେ ବି ଦୋଷ ଲଦିଛନ୍ତି।
ରିଭାବା ତାଙ୍କ ପୁଅ ରବିନ୍ଦ୍ରଙ୍କୁ ଗୁଣି କରିଛନ୍ତି। ୨୦୧୬ରେ ରବିନ୍ଦ୍ରଙ୍କୁ ରିଭାବାଙ୍କ ସହ ବିବାହ କରାଇବା ପରେ ଆମ ବାପା-ପୁଅଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ବୋଲି ରବିନ୍ଦ୍ର ଜାଡ଼େଜାଙ୍କ ବାପା ଅନିରୁଦ୍ଧ ସିଂହ ଜାଡ଼େଜା କହିଛନ୍ତି। ବର୍ତ୍ତମାନ ପୁଅ ରବିନ୍ଦ୍ରଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ଅନିରୁଦ୍ଧ କହିଛନ୍ତି।ଏବେ ଏହି ସାକ୍ଷାତକାରକୁ ସ୍କ୍ରିପ୍ଟେଡ୍ ବୋଲି କହିଛନ୍ତି ଜାଡେଜା। ଏକ ଟୁଇଟ୍ କରି ‘ ବହୁତ କିଛି କହିବାର ଅଛି, ହେଲେ ସାର୍ବଜନିକ ଭାବେ କିଛି କହିବେ ନାହିଁ, ସ୍କ୍ରିପ୍ଟେଡ୍ ସାକ୍ଷାତକାରରେ ଯାହା ବି କୁହାଯାଇଛି ତାକୁ ଅଣଦେଖା କରନ୍ତୁ ବୋଲି ସେ କହିଛନ୍ତି।