ଶ୍ରୀମନ୍ଦିରରେ ପ୍ରାୟ ୧୪ ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଦିନକ ପରେ ସ୍ନାନ ପୂର୍ଣ୍ଣିମା। ଏଥିପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି। ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି ଯୋଗୁଁ ଶ୍ରୀମନ୍ଦିରରେ ଆଜି ରାତି ସାଢ଼େ ଦଶଟାରୁ ଆସନ୍ତାକାଲି ଦିନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ବନ୍ଦ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।ଆଜିଠୁ ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ। ପରମ୍ପରା ଅନୁଯାୟୀ ଏହି ତିଥିରେ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ହୋଇଥାଏ ଦଇତା ପ୍ରବେଶ ନୀତି। ସ୍ନାନପୂର୍ଣ୍ଣିମା ନିମନ୍ତେ ପୁରୀରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିବ।

ଅଧିକ ପଢନ୍ତୁ