୩୦ ତାରିଖ ରେ ଦଶପଲ୍ଲା ବନ୍ଦ ଡାକରା

ନୟାଗଡ,(ଓଡ଼ିଶା ଦର୍ପଣ):ନୟାଗଡ ଜିଲ୍ଲା ର ପ୍ରମୁଖ ସ୍ଥାନ ଦଶପଲ୍ଲା ରେ ବିଦୁତ ବିଭାଗର ବୈମାତୃକ ମନୋଭାବ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ, ଟାକରା ଠାରେ ୨୦୧୮ ମସିହା ରୁ ୫୦ କୋଟି ଟଙ୍କା ରେ ନିର୍ମିତ ୨୨୦/୩୩ କିଲୋ ଭୋଲ୍ଟ ପାୱାର ଗ୍ରୀଡ଼ ଷ୍ଟେସନ କୁ କାର୍ଯ୍ୟକ୍ଷମ ନକରିବା,ଲୋ – ଭୋଲ୍ଟେଜ ଆଲୁଅ, ଟି ପି ସିଓ  ଡି ଏଲ ର ଯୁବକ ମାନଙ୍କ ନାମରେ କରିଥିବା ମୋକଦ୍ଧମା ପ୍ରତ୍ୟାହାର ପ୍ରଭୁତି ଦାବି କରି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ୧୦ ତାରିଖ ଦିନ ଏକ ଦାବି ପତ୍ର ସ୍ଥାନୀୟ ତହସିଲଦାର ଙ୍କ ମାଧ୍ୟମ ରେ ପ୍ରଦାନ କରାଯାଇଥିଲା. ନିର୍ଦ୍ଧାରିତ ସମୟ ୨୫ ତାରିଖ ଭିତରେ ଏହି ମୌଳିକ ସମସ୍ୟାର ସମାଧାନ ସକାଶେ ଦଶପଲ୍ଲା ବିଦ୍ୟୁତ ଉପଭୋକ୍ତା ମାନଙ୍କ ପକ୍ଷରୁ ଚରମ ପତ୍ର ପ୍ରଦାନ କରାଯାଇ ଥିଲା। ମାତ୍ର ଦୀର୍ଘ ୧୫ ଦିନ ପରେ ମଧ୍ୟ ଦାବି ଗୁଡିକ ସମ୍ପର୍କ ରେ ବିଚାର କରାଗଲା ନାହିଁ କିମ୍ବା ଆନ୍ଦୋଳନକାରି ଙ୍କ ସହ ଆଲୋଚନା କରାଗଲା ନାହିଁ। ଜିଲ୍ଲା ପ୍ରଶାସନ ଓ ଘରୋଇ ଟାଟା କମ୍ପାନୀ ର କୌଣସି ପଦସ୍ଥ ଅଧିକାରୀ ସମସ୍ୟା ବିଷୟ ରେ ଆଲୋଚନା କରାଗଲା ନାହିଁ।ପ୍ରଶାସନ ଓ କମ୍ପାନୀର ଗଣତାନ୍ତ୍ରିକ ରାଷ୍ଟ୍ର ରେ ଏପରି ଯିଦ ଖୋର ମନୋଭାବ ଉପଭୋକ୍ତା ମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଇତି ମଧ୍ୟରେ ଗ୍ରାହକ ମାନଙ୍କ ପକ୍ଷରୁ ୧ ହଜାର ପୋଷ୍ଟ କାର୍ଡ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରେରଣ କରାଯାଇଛି। ଦଳମତ ନିର୍ବିଶେଷରେ ସମସ୍ଥ ରାଜ ନୈତିକ ଦଳ, ଓକିଲ ସଂଘ,ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ଓ ଦଶପଲ୍ଲା ସାମ୍ବାଦିକ ସଂଘ, ଘରୋଇ ମୋଟର କର୍ମଚାରୀ ସଂଘ,ବସ ମଲିକ ସଂଘ,ମହାବୀର ବଣିକ ମହାସଂଘ ର ସହଯୋଗୀ ୧୨ ଗୋଟି ବଜ଼ାର ,ବରିଷ୍ଠ ନାଗରିକ ମଞ୍ଚ, ଅବସର ପ୍ରାପ୍ତ କର୍ମଚାରୀ ସଂଘ,୨୫ଗୋଟି ଯୁବକ ସଂଘ,ଓଡିଶା ଡ୍ରାଇଭର ମହାସଂଘ,ଅଟୋ ରିକ୍ସା ସଂଘ,ସରପଞ୍ଚ ମହାସଂଘ, ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ, ବ୍ଳକ ଅଧକ୍ଷା, ଏ ନ ଏ ସି ଅଧକ୍ଷା, କାଉଁସିଲର ମନେ ଦୃଢ ସମର୍ଥନ ଜ୍ଞାପନ କରିଛନ୍ତି।୨୬ ତାରିଖ  ରାତ୍ରରେ ମହାବୀର ମନ୍ଦିର ଠାରେ ଆହୁତ ବିଭିନ୍ନ ସଂଗଠନ କାର୍ଯ୍ୟକର୍ତ୍ତା ଓ ପ୍ରତିନିଧି ମାନଙ୍କ ବୈଠକ ରେ ପ୍ରଶାସନ ର ଏତାଦୃଶ ମନୋଭାବ କୁ ନେଇ ତୀବ୍ର ଉଦବେଗ ପ୍ରକାଶ ପାଇବା ସହ ପୂର୍ବ ଘୋଷଣା ମୁତାବକ ଆସନ୍ତା ୩୦ ତାରିଖ ମଙ୍ଗକବାର ଦିନ “ଦଶପଲ୍ଲା ବନ୍ଦ ” ଭଳି କଠୋର ନିଷ୍ପତି ନିଆଯାଇଥିଲା. ଉକ୍ତ ଦିନ ସମସ୍ତ ଶିକ୍ଷା ଅନୁଷ୍ଠାନ, ବ୍ୟାଙ୍କ, କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ କାର୍ଯ୍ୟାଳୟ, ଜାତୀୟ ରାଜପଥ ଖୋର୍ଦ୍ଧା – ବଲାଙ୍ଗୀର ନଂ ୫୭, ରାଜ୍ୟ ସଡ଼କ ପଥ ବନ୍ଦ ଓ ଦଶପଲ୍ଲାର ସମସ୍ଥ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ପୂର୍ଣ ବନ୍ଦ ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷ ରୁ ଆହ୍ୱାନ ଦିଆ ଯାଇଛି. ବନ୍ଦ ଫଳରେ ପଶ୍ଚିମ ଓଡିଶା ସହ ରାଜ୍ୟ ରାଜଧାନୀ ରାସ୍ତା ଯୋଗାଯୋଗ ଉପରେ ଖୁବ ପ୍ରଭାବ ପକାଇବ.ଏହି ଗଣ ଆନ୍ଦୋଳନ ରେ ଶତାଧିକ ମହିଳା ମଧ୍ୟ ସାମିଲ ହେବାକୁ ଆଗେଇ ଆସିଥିବା ଜଣା ପଡିଛି.ପ୍ରଶାସନ ନ୍ୟାର୍ଯ୍ୟ ଦାବି ପୁରଣ ନେଇ ଯଦି ଟାଳଟୁଳ ନୀତି ଆପଣନ୍ତି ତେବେ ଆଗାମୀ ମାସ ରୁ ପ୍ରତି ଉପଭୋକ୍ତା ବିଦୁତ ବିଲ ନଦେବା ପାଇଁ କଠୋର ନିଷ୍ପତି ନେବାକୁ ପଛ ଘୁଞ୍ଚା ଦେବେ ନାହିଁ ବୋଲି ଚର୍ଚ୍ଚା ଯୋର ଧରିଛି। ଉପୋଭୋକ୍ତା ସଂଘ ସଭାପତି ପ୍ରଫୁଲ୍ଲ କୁମାର ମିଶ୍ର ଓ କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ମହାଖୁଡ଼ ବନ୍ଦ କୁ ଶାନ୍ତିପୂର୍ଣ ଭାବେ ସଫଳ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ।

ଅଧିକ ପଢନ୍ତୁ