ପୁଣି ଲିକ୍ ହେଲା ପ୍ରଶ୍ନପତ୍ର। ମହାରାଷ୍ଟ୍ରରେ ହେବାକୁ ଥିବା ଟିଇଟି(ଶିକ୍ଷକ ଯୋଗ୍ୟତା ପରୀକ୍ଷା)ପୂର୍ବରୁ ପ୍ରଶ୍ନପତ୍ର ଅଭିଯୋଗ। ଆସନ୍ତାକାଲି ଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥାଆନ୍ତା। କିନ୍ତୁ ୨୪ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ ଘଟଣା ସାମ୍ନାକୁ ଆସିଛି। ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ରାଜ୍ୟ ପରୀକ୍ଷା ପରିଷଦ (MSEC) ପରୀକ୍ଷାକୁ ସ୍ଥଗିତ ରଖିଛି। ରିପୋର୍ଟ ଅନୁଯାୟୀ, ପୁଲିସକୁ ପ୍ରଶ୍ନପତ୍ର ଲିକ୍ ସମ୍ପର୍କରେ ସୂଚନା ମିଳିବା ପରେ ଥାଣେର ଭିୱାଣ୍ଡିରେ ଏକ ଅପରେସନ ପରେ ପ୍ରଶ୍ନପତ୍ର ଜବତ କରାଯାଇଛି। ଏହି ମାମଲାରେ କିଛି ଲୋକଙ୍କୁ ଗିରଫ କରାଯାଇଛି। କିନ୍ତୁ ସେମାନଙ୍କ ପରିଚୟ ପ୍ରକାଶ କରାଯାଇନାହିଁ। ରାଜ୍ୟ ଶିକ୍ଷା ବିଭାଗ ଖୁବ୍ଶୀଘ୍ର ଏହି ଘଟଣାର ସବିଶେଷ ତଥ୍ୟ ପ୍ରଦାନ କରି ପ୍ରେସ୍ ନୋଟ ଜାରି କରିବ। ସରକାରଙ୍କ ନିଷ୍ପତ୍ତି ହେବା ପରେ ପରୀକ୍ଷା ସମ୍ପର୍କିତ ସଂଶୋଧିତ କାର୍ଯ୍ୟକ୍ରମ ଘୋଷଣା କରାଯିବା ବୋଲି ଆଶା କରାଯାଇଛି। ପ୍ରଶ୍ନପତ୍ର କେମିତି ଲିକ୍ ହେଲା ଓ ଏହି ରାକେଟରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ପୁଲିସ ସେସବୁର ତଦନ୍ତ କରୁଛି।
