ଶିମିଳିପାଳରୁ ଆସିଲା ଖୁସିର ଖବର । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ପୁଣି ଆନନ୍ଦର ପରିବେଶ ସୃଷ୍ଟି ହୋଇଛି । ମହାରାଷ୍ଟ୍ରରୁ ଅଣାଯାଇଥିବା ବାଘୁଣୀ ଜିନ୍ନତ ନିଜ ଶାବକମାନଙ୍କ ସହିତ ଶିମିଳିପାଳର ଜଙ୍ଗଲରେ ନିର୍ଭୟରେ ମୁକ୍ତ ଭାବରେ ବୁଲୁଥିବା ଦେଖିବାକୁ ମିଳିଛି । ବନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ସ୍ୱତନ୍ତ୍ର ଫଟୋ ଓ ଭିଡିଓରେ ଜିନ୍ନତ ନିଜ ଶାବକମାନଙ୍କ ସହ ଜଙ୍ଗଲର ମୁକ୍ତ ପରିବେଶକୁ ଉପଭୋଗ କରୁଥିବା ସ୍ପଷ୍ଟ ହୋଇଛି। ଶାବକଙ୍କ ବୟସ ପ୍ରାୟ ଦୁଇ ମାସ ହେବ ବୋଲି ଅନୁମାନ କରାଯାଉଛି। ସମସ୍ତ ଶାବକ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସୁରକ୍ଷିତ ଥିବା ସୂଚନା। ବନ ବିଭାଗ ପକ୍ଷରୁ ସେମାନଙ୍କ ଗତିବିଧି ଉପରେ ୨୪ ଘଣ୍ଟିଆ ସ୍ୱତନ୍ତ୍ର ନଜର ରଖାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ପରିବେଶବିତ୍ ଏବଂ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଜିନ୍ନତ ସଫଳତାର ସହିତ ମା’ ହେବା ପରେ ଶିମିଳିପାଳର ବାଘ ସଂରକ୍ଷଣ ଯୋଜନାକୁ ନୂଆ ଆଶା ମିଳିଛି । ବନ ବିଭାଗ ଅଧିକାରୀମାନେ ଏହି ଘଟଣାକୁ ଏକ ଐତିହାସିକ ସଫଳତା ଭାବେ ଦେଖୁଛନ୍ତି । ଜିନ୍ନତ ଏବଂ ତାଙ୍କ ୪ଟି ଶାବକଙ୍କ ସୁରକ୍ଷା ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି । ଗତ ମେ’ ୨୮ ତାରିଖରେ ବାଘୁଣୀ ଜିନ୍ନତ ୪ଟି ଛୁଆ ଧରିକି ଯାଉଥିବାର AI କ୍ୟାମେରାରେ ଟ୍ରାପ ହୋଇଥିଲା ।
