ଶ୍ରୀମନ୍ଦିରରେ ଅଣସର ସମୟରେ ମହାପ୍ରଭୁଙ୍କ ‘ଶ୍ରୀଅଙ୍ଗ ଫିଟା’ ବା ‘ଶ୍ରୀଅଙ୍ଗ ଫିଟିବ’ ନୀତି ଅନୁଷ୍ଠିତ ହୋଇଥାଏ। ସ୍ନାନଯାତ୍ରାରେ ଜ୍ୱରରେ ପୀଡ଼ିତ ହେବା ପରେ, ଦଇତାପତି ସେବାୟତମାନେ ଅତି ଗୋପନୀୟ ଭାବେ ଏହି ନୀତି ସମ୍ପନ୍ନ କରନ୍ତି。 ଏହି ସମୟରେ ପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓଦା କନା ବା ପୂର୍ବ ଲାଗି ହୋଇଥିବା ବସ୍ତ୍ର ଓଲାଗି କରାଯାଇ ନୂତନ ବସ୍ତ୍ର ଓ ଫୁଲ ଲାଗି କରାଯାଏ | ୪ ତାରିଖ ଶନିବାର ଠାକୁର ଫୁଲୁରୀ ଲାଗି ନୀତି । ପରକୁ ଓଷୁଅ ଲାଗି ଆରମ୍ଭ ହେବ । ଓଷୁଅ ଲାଗି ପରେ ଠାକୁରେ ଚକାକୁ ଉଠିବେ । ସାଧାରଣ ମନୁଷ୍ୟ ଭଳି ଠାକୁରଙ୍କୁ ମଧ୍ୟ ପଥି, ପାଚନ ଓ ଔଷଧର ଆବଶ୍ୟକତା ପଡ଼ୁଛି । ସ୍ୱତନ୍ତ୍ର ପଣା “ପାଚନ ପାଣି’ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି । ଦଇତାପତିମାନଙ୍କ ଦ୍ୱାରା ପ୍ରସ୍ତୁତ ଅଣସର ପଣା ଭୋଗରେ ପ୍ରତିଟି ଜଗନ୍ନାଥପ୍ରେମୀଙ୍କ ଲୋଭ ରହିଥାଏ ।
