ବରଯାତ୍ରୀଙ୍କ ପାଇଁ କାଳ ହେଲା ବଜ୍ରପାତ;ଜଣେ ମୃତ

ବରଯାତ୍ରୀ ଯାଉଥିବା ବେଳେ ଅଘଟଣ । ବଜ୍ରପାତ ଘଟି ଜଣେ ମୃତ ଓ ୨ ଜଣ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଝୁମ୍ପୁଡ଼ିଆରେ । ମୃତକ କୋଇଲିପଙ୍ଗି ଗାଁର ଅମିନ ବେହେରା ବୋଲି ଜଣାପଡ଼ିଛି। ଗୁରୁତର ତପନ ଜେନା, ମନୋଜ ଦେହୁରୀଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।ଏହାପରେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନରେ ଝୁମ୍ପୁଡ଼ିଆରୁ ରଞ୍ଜା ଗାଁକୁ ଏକ ବରାଯାତ୍ରୀ ଦଳ ଯାଉଥିଲେ । ଏହି ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ଫଳରେ ୩ଜଣ ଅସୁସ୍ଥ ହୋଇପଡ଼ିଥିଲେ । ପରେ ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଅମିନଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଦୁଇ ଜଣଙ୍କ ଚିକିତ୍ସା ଜାରି ରହିଛି । ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଶୋକର ଛାୟା ଖେଳିଯାଇଛି ।

ଅଧିକ ପଢନ୍ତୁ