ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO) ଏବଂ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ARTO) ମାନଙ୍କୁ ନିଜ ନିଜ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବା ପାଇଁ ଆଦେଶ ଦିଆଯାଇଛି। ରାସ୍ତାରେ ଚଳାଚଳ କରୁଥିବା ଏହିଭଳି ଅନୁପଯୋଗୀ ଓ ବିପଦପୂର୍ଣ୍ଣ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇଛି। ନିୟମ ଉଲ୍ଲଂଘନ କରି ସଡ଼କକୁ ବିପଦପୂର୍ଣ୍ଣ କରୁଥିବା ଏହି ସମସ୍ତ ଗାଡ଼ିଗୁଡ଼ିକ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ ପଞ୍ଜିକରଣ ରଦ୍ଦ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣଙ୍କ ସୁରକ୍ଷା ଓ ଜୀବନ ରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ନିୟମ ଅନୁପାଳନକୁ ଆହୁରି କଡ଼ାକଡ଼ି କରାଯିବ। ଭବିଷ୍ୟତରେ ଏଭଳି ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ବିନା ଫିଟନେସ୍ ଓ ପାଞ୍ଜିକରଣରେ ବେଆଇନ ଭାବେ ଗଡ଼ୁଥିବା ଗାଡ଼ିଗୁଡ଼ିକ ବିରୋଧରେ ରାଜ୍ୟବ୍ୟାପୀ ନିରନ୍ତର କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଏହାସହ ଗାଡ଼ିର ବୀମା ଓ ପରମିଟ୍ ଯାଞ୍ଚକୁ ମଧ୍ୟ କଡ଼ାକଡ଼ି କରାଯିବ ।
