ମେଲବର୍ଣ୍ଣ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନଲାଇନ୍ ହତ୍ୟା ଧମକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁଲାଇ ୯ ତାରିଖରେ ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ମୋଦୀ ମେଲବୋର୍ଣ୍ଣରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଥିବାବେଳେ ଏହାପୂର୍ବରୁ ଅନ୍‌ଲାଇନ ମୋଦୀଙ୍କୁ ହତ୍ୟା ଧମକ ଦିଆଯିବାକୁ ନେଇ ଅଷ୍ଟ୍ରେଲିଆର ଫେଡେରାଲ ପୁଲିସ ତଦନ୍ତ ଆରମ୍ଭ କରିଛି। ଅଷ୍ଟ୍ରେଲିଆର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋସିଆଲ୍ ମିଡିଆରେ କରାଯାଇଥିବା ଏହି ଧମକପୂର୍ଣ୍ଣ ପୋଷ୍ଟ ସହ ଜଡିତ ଏକ IP ଆଡ୍ରେସକୁ ତଦନ୍ତକାରୀମାନେ ଚିହ୍ନଟ କରିଛନ୍ତି।ରିପୋର୍ଟ ଅନୁସାରେ, ମେଲବର୍ଣ୍ଣର ମାର୍ଭେଲ୍ ଷ୍ଟାଡିୟମରେ ଜୁଲାଇ ୯ରେ ଆୟୋଜିତ ହେବାକୁ ଥିବା “Melbourne Meets Modi” କାର୍ଯ୍ୟକ୍ରମର ପ୍ରଚାର ସମ୍ପର୍କିତ ଏକ ଫେସବୁକ୍ ପୋଷ୍ଟ ତଳେ ଏହି ଧମକପୂର୍ଣ୍ଣ ମେସେଜ୍ ପୋଷ୍ଟ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବାର ଯୋଜନା ରହିଥିବା ଏଭଳି ଧମକ ପାଇବା ପରେ ଅଷ୍ଟ୍ରେଲିଆ ସରକାର ତତ୍ପର ହୋଇ ଉଠିଛି।ତେବେ ଅ‌ଷ୍ଟ୍ରେଲିଆ ପୁଲିସ ପକ୍ଷରୁ ତଦନ୍ତ ସମ୍ପର୍କରେ ବିଶେଷ ସୂଚନା ଦିଆଯାଇ ନାହିଁ କିମ୍ବା କୌଣସି ଗିରଫଦାରୀ କରାଯାଇନାହିଁ।

ଅଧିକ ପଢନ୍ତୁ