ନିମ୍ବ ଗଛରେ ଝୁଲୁଛି କଲରା ପତରିଆ ବାଘର ମୃତଦେହ । ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟ ଏକ ଗଛରୁ କଲରା ପତରିଆ ମୃତଦେହ ଉଦ୍ଧାର । ଫାସରେ ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ କିଏ ଏବଂ କାହିଁକି ବାଘକୁ ମାରି ଗଛରେ ଝୁଲାଇଲା, ତାହା ଏବେ ବି ରହସ୍ୟ ଘେରରେ ରହିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଖବର ପାଇ କବିସୂର୍ଯ୍ୟନଗର ପୁଲିସ ଓ ପୋଲସରା ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବାଘର ମୃତ୍ୟୁର କାରଣ ଏବଂ ଏହା ପଛରେ କାହାର ହାତ ରହିଛି, ସେନେଇ ତଦନ୍ତ ଆରମ୍ଭ ହୋଇଛି । ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି ।
