ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଣ୍ଡୋନେସିଆ ଗସ୍ତରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଅନେକ ବଡ଼ ଚୁକ୍ତି ହୋଇଛି। ଯେଉଁଥିରେ ଇଭିଏମ ନିର୍ମାଣରେ ସହାୟତା, ଅସ୍ତ୍ର କ୍ଷେପଣାସ୍ତ୍ର କ୍ରୟ, ବ୍ରହ୍ମୋସ କ୍ଷେପଣାସ୍ତ୍ର ପାଇଁ ବ୍ୟାଟେରୀ ଏବଂ ସବାଙ୍ଗ ବନ୍ଦରର ବିକାଶ ଆଦି ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡୋନେସିଆ ସହିତ ଉତ୍ତମ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଛନ୍ତି ।ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘ବିଟିଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ ପଦକରେ ସମ୍ମାନିତ କରାଯାଇଛି । ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ମୋଦିଙ୍କୁ ସମ୍ମାନିତ କରିଛନ୍ତି । ଏହି ସ୍ବାଗତ ପାଇଁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ‘‘ସ୍ବାଗତ ପାଇଁ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ପ୍ରବୋଓଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି । ଗତ ବର୍ଷ ଭାରତର ଗଣତନ୍ତ୍ର ଦିବସରେ ତାଙ୍କୁ ଆମେ ଅତିଥି ଭାବେ ସ୍ବାଗତ କରିବାର ସୁଯୋଗ ପାଇଥିଲୁ । ଆଜି ତାଙ୍କ ଆତ୍ମୀୟତା ନିମନ୍ତ୍ରଣରେ ଇଣ୍ଡୋନେସିଆ ଗସ୍ତରେ ମୁଁ ଆନନ୍ଦିତ । ଆଜି ସକାଳେ ମୋତେ ବହୁତ ସ୍ନେହ ଏବଂ ସମ୍ମାନ ସହିତ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ଦିଆଯାଇଛି। ଏହି ସମ୍ମାନ କୋଟି କୋଟି ଭାରତୀୟଙ୍କର, ଇଣ୍ଡୋନେସିଆର ଲୋକଙ୍କ ଭାବନାର । ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଐତିହାସିକ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କର । ମୁଁ ରାଷ୍ଟ୍ରପତି ପ୍ରବୋଓ, ଇଣ୍ଡୋନେସିଆ ସରକାର ଏବଂ ଏଠାକାର ଲୋକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି ।”ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ, ଭାରତ ଇଣ୍ଡୋନେସିଆର ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମୀଙ୍କ ପାଇଁ କ୍ଷମତା ନିର୍ମାଣରେ ମଧ୍ୟ ଯୋଗଦାନ ଦେବ । ସେ କହିଛନ୍ତି, ଭାରତରେ ବିକଶିତ ଗହମ ବିହନର ଯୋଗାଣ ଇଣ୍ଡୋନେସିଆର ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ। ଆମେ ପରସ୍ପର ସହିତ ସ୍ଥାୟୀ କୃଷି ଏବଂ କୃଷି ପ୍ରଯୁକ୍ତିବିଦ୍ୟାରେ ସର୍ବୋତ୍ତମ ଜ୍ଞାନକୌଶଳ ମଧ୍ୟ ପ୍ରଦାନ କରିବୁ। ଭାରତ ଏବଂ ଇଣ୍ଡୋନେସିଆ ମିଳିତ ଭାବରେ ସାବାଙ୍ଗ ବନ୍ଦର ବିକଶିତ କରିବେ। ଏହି ବନ୍ଦରଟି ମାଲାକ୍କା ପ୍ରଣାଳୀ ନିକଟରେ ଅବସ୍ଥିତ ଏବଂ ଭାରତର ଗ୍ରେଟ୍ ନିକୋବର ବନ୍ଦର ପ୍ରକଳ୍ପରୁ ୧୦୦ ମାଇଲ ଦୂରରେ ଅବସ୍ଥିତ।
