ୱେବ୍ ସାଇଟ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କଠାରୁ ସେମାନଙ୍କ ସମସ୍ୟା ବିଷୟରେ ଜାଣିବେ ଏବଂ ତାର ସମାଧାନ ମଧ୍ୟ କରିବେ ରାଜ୍ୟ ସରକାର

ଓଡ଼ିଶା ସରକାର ତାଙ୍କର ବିଭିନ୍ନ ସେବା, ଯୋଜନା ଏବଂ ସରକାରୀ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପୋର୍ଟାଲ୍‌ (Special Portals) ପ୍ରସ୍ତୁତ କରିଛନ୍ତି । ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ସମସ୍ୟା, ଯେମିତି ଏକାଡେମିକ୍ ସମସ୍ୟା, ମାନସିକ ସମସ୍ୟା ବିଷୟରେ ଏହି ପୋର୍ଟାଲ୍‌ରେ ଅଭିଯୋଗ କରିପାରିବେ । ଏହି ପୋର୍ଟାଲ ବିଷୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।ବିଭାଗୀୟ ଚିଠି ଅନୁଯାୟୀ, ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟୁଡେଣ୍ଟ ହେଲ୍ପଲାଇନ୍ ପୋର୍ଟାଲ ଖୋଲାଯାଇଛି । ଏହି ପୋର୍ଟାଲ୍ www.smeuas.odisha.gov. inରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଯୋଗକୁ ସିଧାସଳଖ ବିଭାଗକୁ ଜଣାଇପାରିବେ । ପୂର୍ବରୁ ଷ୍ଟୁଡେଣ୍ଟ ହେଲ୍ପ ଲାଇନ୍ ନମ୍ବର ଥିଲା । ଏବେ ରାଜ୍ୟ ସରକାର ୱେବ୍ ସାଇଟ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କଠାରୁ ସେମାନଙ୍କ ସମସ୍ୟା ବିଷୟରେ ଜାଣିବେ ଏବଂ ତାର ସମାଧାନ ମଧ୍ୟ କରି ପାରିବେ ।

ଅଧିକ ପଢନ୍ତୁ