କୋଲକାତାରେ ଏକ ଦଳୀୟ ପ୍ରତିବାଦ ସମୟରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଜଣେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀଙ୍କୁ ଚାପୁଡ଼ା ମାରିଛନ୍ତି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ପଶ୍ଚିମବଙ୍ଗର ବାରୁଇପୁର ଘଟଣାରେ ବିକ୍ଷୋଭ ପ୍ରଦର୍ଶନବେଳେ ଏଭଳି ଏକ ଘଟଣାର ସାମ୍ନାକୁ ଆସିଛି । ଦିଦି ରାଗି ଯାଇଥିବା ମଧ୍ୟ ନଜର ଆସିଛନ୍ତି । ମମତା ମାଇକ୍ରୋଫୋନ ଧରି ସାରାରଣ ଶୈଳୀରେ ଜନତାଙ୍କୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ତାଙ୍କ କାଳିଘାଟ ଘର ବାହାରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏବଂ ପରିସ୍ତିତିକୁ ନିୟନ୍ତ୍ରଣ କରିବାକୁ ଦିଦି ଓହ୍ଲାଇଥିଲେ । ଆଉ ସେ ଏତେ ରାଗରେ ଥିଲେ କି, ଜଣେ ବ୍ୟକ୍ତିଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିଥିଲେ । ତେବେ ସେ ବ୍ୟକ୍ତି ତାଙ୍କ ଦଳର ଜଣେ କର୍ମୀ । ତେବେ ଭିଡିଓ ଭାଇରାଲ ହେଉଥିବାବେଳେ ଏହାକୁ ନେଇ ବିଜେପି ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି । କୁହାଯାଇଛି କି, ଏଥିରୁ ଜଣାପଡ଼ୁଛି କି, ମମତାଙ୍କ ମାନସିକ ସ୍ଥିତି ଠିକ୍ ନାହିଁ ।
