ବିଦେଶରେ ଆୟୋଜିତ ଅଦିନିଆ ରଥଯାତ୍ରାକୁ ନେଇ ଚାଲିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି । ପୁନର୍ବିଚାର ପାଇଁ କରାଯାଇଥିବା ଆବେଦନକୁ ଇସ୍କନ ପକ୍ଷରୁ ଖାରଜ କରାଯାଇଥିବା ସୂଚନା ମିଳିଛି ।ବିଦେଶରେ ଅଦିନିଆ ରଥଯାତ୍ରା ଓ ଜଗନ୍ନାଥ ସଂସ୍କୃତିକୁ ନେଇ ଜାରି ରହିଲା ବିବାଦ । ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ତିଥି ଓ ପରମ୍ପରାକୁ ନେଇ ବିଶ୍ୱବ୍ୟାପୀ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି । ବିଦେଶରେ ମନଇଚ୍ଛା ଓ ଅଦିନିଆ ତାରିଖରେ ରଥଯାତ୍ରା ଆୟୋଜନ କରିବାକୁ ନେଇ ଇସ୍କନ ନିଜ ଜିଦ୍ ରେ ଅଟଳ ରହିଛି । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଭାବାବେଗଭରା ଅନୁରୋଧକୁ ଇସ୍କନ କର୍ତ୍ତୃପକ୍ଷ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି । ଆଗକୁ ଏହି ପ୍ରସଙ୍ଗ କେଉଁ ଦିଗକୁ ଯିବ, ତାହା ଉପରେ ନଜର ରହିଛି ।
