ବ୍ରହ୍ମପୁର ସହରରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ବାସୁଦେବ ନଗର ୩ୟ ଲାଇନରେ ଜଣେ ମହିଳା କୌଣସି କାରଣରୁ ମାନସିକ ଅବସାଦ କିମ୍ବା ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।। ସେ ହେଲେ ଦିଗପହଣ୍ଡି ନିକଟ ବଦ୍ରିଗୁମାର ରାଜଲକ୍ଷ୍ମୀ ମିଶ୍ର(୨୪) । ଗୁରୁତର ଅବସ୍ଥାର ତାଙ୍କୁ ଚିକିତ୍ସା ନିମନ୍ତେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି । ଆଜକୁ ଦୁଇ ବର୍ଷ ତଳେ ରାଜଲକ୍ଷ୍ମୀ ବାସୁଦେବ ନଗର ୩ୟ ଲାଇନର କାଳୀ ପ୍ରସାଦ ମିଶ୍ରଙ୍କୁ ବିବାହ କରିଥିଲେ । କିଛି ମାସ ପରେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ହୋଇ ବିବାହ ବିଚ୍ଛେଦ ହେବାକୁ ଯାଉଥିଲା । ତେବେ ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣା ସମ୍ପର୍କରେ ପରିବାର ସଦସ୍ୟ ଓ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି ।
