ଭୁବନେଶ୍ୱର ଆଇଟିଡିଏ ସହକାରୀ ନିର୍ଦ୍ଦେଶକ ସଞ୍ଜୟ କିସପଟ୍ଟାଙ୍କ ଘରେ ସୋମବାର ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ଭୁବନେଶ୍ୱର ସମେତ କୋରାପୁଟ ଓ ରାଉରକେଲାରେ ଭିଜିଲାନ୍ସ ଟିମ୍ ପହଞ୍ଚି ଛାନଭିନ୍ ଚଳାଇଛନ୍ତି।ବାବୁ ଜଣଙ୍କ ଆଇଟିଡିଏରୁ ଅବସର ନେବା ପରେ ଵର୍ତମାନ ଭୁବନେଶ୍ୱର OCLରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି l ଭିଜିଲାନ୍ସର ମୋଟ ୪ଟି ଟିମ୍ ଭୁବନେଶ୍ୱର କାର୍ଯ୍ୟଳୟ, ରାଉରକେଲା ପୈତୃକ ଘର ସମେତ କୋରାପୁଟର ଦୁଇଟି ସ୍ଥାନରେ ଯାଞ୍ଚ କରୁଛି ଭିଜିଲାନ୍ସ । କୋରାପୁଟ ଭଡା ଘର ଏବଂ ଏକ ହୋଟେଲରେ ପଚରା ଉଚରା କରୁଛି ଜୟପୁର ଭିଜିଲାନ୍ସର ଦୁଇଟି ଟିମ ।ଚଢ଼ାଉ ସମୟରେ ସମ୍ପତ୍ତି ସମ୍ବନ୍ଧୀୟ ଦସ୍ତାବିଜ, ବ୍ୟାଙ୍କ ରେକର୍ଡ ଓ ଅନ୍ୟାନ୍ୟ ଆର୍ଥିକ କାଗଜପତ୍ରର ଯାଞ୍ଚ କରାଯାଉଛି। ଚଢ଼ାଉ ଜାରି ରହିଥିବାରୁ ସମ୍ପତ୍ତିର ପରିମାଣ ଓ ମୂଲ୍ୟ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ସୂଚନା ପ୍ରକାଶ କରାଯାଇନାହିଁ।
