ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା କଡ଼ାକଡ଼ି । ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ସହାୟତା ଯୋଗାଇବା ପାଇଁ ମୁତୟନ ହୋଇଛନ୍ତି NDRFର ସ୍ବତନ୍ତ୍ର ଟିମ୍। ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ଲାଗି ସମୁଦ୍ର କୂଳରେ ନିୟୋଜିତ ହେବେ ୩ଶହରୁ ଉର୍ଦ୍ଧ୍ବ ଲାଇଫ ଗାର୍ଡ । ସମୁଦ୍ର ରେ ସ୍ନାନ ବେଳେ ଯେପରି କୌଣସି ଅଘଟଣ ନ ହେବ ସେଥିଲାଗି ଲାଇଫଗାର୍ଡ ଙ୍କୁ ଦିଆଯାଇଛି ଟ୍ରେଂନିଙ୍ଗ ।ଅତିରିକ୍ତ ଡିଜିଙ୍କ ଉପସ୍ଥିତିରେ ପୁଲିସ ପକ୍ଷରୁ ରଥଯାତ୍ରା ସମୟର ବିଭିନ୍ନ ପରିସ୍ଥିତିକୁ ନେଇ ମକ୍ଡ୍ରିଲ୍ କରାଯାଉଛି । ଏଥିରେ ରଥର ଇନର ଓ ଆଉଟର କର୍ଡନ ବ୍ୟବସ୍ଥା, ରଥଟଣା ସମୟରେ ଭିଡ଼ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ପରିଚାଳନା ଉପରେ ଅଭ୍ୟାସ କରାଯାଉଛି ।
