ପୁରୀ ରଥଯାତ୍ରା ପରମ୍ପରା ଅନୁଯାୟୀ, ଆଜି ସନ୍ଧ୍ୟାରେ ମାର୍କେଟ ଛକ ନିକଟରେ ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ ରଥ ଅଟକି ରହିଛି । ଶାସ୍ତ୍ରୀୟ ନୀତି ଓ ରଥଯାତ୍ରାର ପରମ୍ପରାକୁ ପାଳନ କରି ସନ୍ଧ୍ୟା ପରେ ରଥଟଣା ବନ୍ଦ କରାଯାଇଛି । ସୂର୍ଯ୍ୟାସ୍ତ ପରେ ରଥ ଆଉ ଗଡ଼ିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ କାଲି ପୁଣି ଥରେ ମହାପ୍ରଭୁଙ୍କ ୩ ରଥକୁ ଟଣାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଏହି ବିଳମ୍ବକୁ ନେଇ କୌଣସି ନିରାଶା ନାହିଁ, ବରଂ ପ୍ରଭୁଙ୍କୁ ଆଉ କିଛି ସମୟ ନିଜ ସହରର ରାସ୍ତାରେ ପାଇଥିବାରୁ ଭକ୍ତମାନେ ବେଶ୍ ଉତ୍ସାହିତ ।ପ୍ରଶାସନ ପକ୍ଷରୁ ସମସ୍ତ ଭକ୍ତ ଓ ସେବାୟତଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ଆଜି ରାତିରେ ରଥ ନିକଟରେ ରହି ସେବାୟତମାନେ ବିଭିନ୍ନ ନୀତି ସମ୍ପନ୍ନ କରିବେ ଏବଂ ଆସନ୍ତାକାଲି ଭୋରରୁ ପୁଣିଥରେ ଭକ୍ତିମୟ ପରିବେଶରେ ରଥଟଣା ଆରମ୍ଭ ହେବ ।
