ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ତଦନ୍ତ କମିଶନ ଫାଇଲ ଗାଏବ ଘଟଣାରେ କ୍ୟାପିଟାଲ ଥାନାରେ ହାଜର ହେଲେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର । ସେ ତାଙ୍କର ପକ୍ଷ ରଖିଛନ୍ତି । ସେ କହିଛନ୍ତି, CMOରୁ ଫାଇଲ ଗାଏବ ହୋଇଥିବାରୁ ସେତେବେଳେ କାମ କରୁଥିବା ସମସ୍ତ ଅଧିକାରୀଙ୍କୁ ଡାକି ପୋଲିସ ପଚରାଉଚରା କରୁଛି । ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବା ସହ ସବୁ ତଥ୍ୟ ପୋଲିସକୁ ଦେଇଥିବା ସେ କହିଛନ୍ତି । ତଦନ୍ତ ଚାଲିଥିବାରୁ ସମସ୍ତ ତଥ୍ୟ ଗଣମାଧ୍ୟମରେ ପ୍ରକାଶ କରି ହେବ ନାହିଁ ବୋଲି କହିଛନ୍ତି ମନୋଜ ମିଶ୍ର ।ଅବସରପ୍ରାପ୍ତ IAS ରାଜେଶ ବର୍ମା ଏବଂ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ସମନ୍ କରିଥିଲା କମିଶନରେଟ୍ ପୁଲିସ । ୨୦୨୪ ଜୁନ୍ ୪ରେ ଗୃହ ବିଭାଗକୁ ସିଏମ୍ଓରୁ ସବୁ ଫାଇଲ୍ ଫେରିଥିଲା । କିନ୍ତୁ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ତଦନ୍ତ ରିପୋର୍ଟ ଫେରିନଥିଲା । ଏ ନେଇ ବିଧିବଦ୍ଧ ଭାବେ କ୍ୟାପିଟାଲ୍ ଥାନାରେ FIRର ପରେ ଲୋକସେବା ଭବନରେ ପୋଲିସ୍ ଘଣ୍ଟାଚକଟା କରିଥିଲା ।
