ଆଜି ପବିତ୍ର ହେରାପଞ୍ଚମୀ। ରଥଯାତ୍ରାର ପଞ୍ଚମ ଦିନରେ ଅଭିମାନିନୀ ମା’ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ବିଜେ କରି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥାନ୍ତି। ସ୍ୱାମୀ ନିଜ ସାଥିରେ ନେଇ ନଥିବାରୁ ରାଗରେ ମା’ ନନ୍ଦିଘୋଷ ରଥର କାଠ ଭାଙ୍ଗି ହେରାଗୌରୀ ସାହି ବାଟେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହି ପରମ୍ପରାକୁ ହେରାପଞ୍ଚମୀ କୁହାଯାଏ । ଆଜି ସଂଧ୍ୟା ଆଳତୀ ପରେ ବିମାନରେ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତ୍ତିମହାପାତ୍ର ସେବାୟତ କର୍ପୂର ବନ୍ଦାପନା,ବଳିତା ବନ୍ଦାପନା,ଚାଉଳ ବନ୍ଦାପନା ଇତ୍ୟାଦି କରିବେ ।
ଏହି ପର୍ବର ବିଶେଷତା ଗୁଡିକ ନିମ୍ନରେ ଦିଆଗଲା:ପ୍ରତୀକାତ୍ମକ
- ମାନବୀୟ ଲୀଳା: ଏହା ପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ଲକ୍ଷ୍ମୀଙ୍କ ମଧ୍ୟରେ ଥିବା ପ୍ରେମ ଓ ଅଭିମାନର ଏକ ଅନନ୍ୟ ପରମ୍ପରା।
- ନାକଚଣା ଦ୍ୱାର ଦେଇ ପ୍ରବେଶ: ମା’ ଲକ୍ଷ୍ମୀଙ୍କ ପାଲିଙ୍କି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ, ସେବକମାନେ ମହାପ୍ରଭୁଙ୍କୁ ଆଜ୍ଞାମାଳ ଆଣି ପ୍ରଦାନ କରନ୍ତି।
- ରଥ ଭଙ୍ଗା ନୀତି: ଲୋକବିଶ୍ୱାସ ଅନୁଯାୟୀ, ଅଭିମାନରେ ମା’ ଲକ୍ଷ୍ମୀ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଦେଇ ରୋଷରେ ଫେରିଆସନ୍ତି।
