କେମିତି ଭାଙ୍ଗିବେ ଅନଶନ ସ୍ପଷ୍ଟ କଲେ ସୋନମ ୱାଙ୍ଗଚୁକ , ରଖିଲେ ଏହି ୩ ସର୍ତ୍ତ

ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ତାଙ୍କ ଅନଶନ ଶେଷ କରିବାର ଯୋଜନା ଘୋଷଣା କରିଛନ୍ତି। ସୋମବାର (ଜୁଲାଇ ୨୦) ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତିନୋଟି ସର୍ତ୍ତ ଉଲ୍ଲେଖ କରାଯାଇଥିବା ଏକ ଚିଠି ଶେୟାର କରାଯାଇଥିଲା। ୱାଙ୍ଗଚୁକ କହିଛନ୍ତି ଯେ ଯଦି ଏହି ସର୍ତ୍ତଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ପୂରଣ ହୁଏ ତେବେ ସେ ଅନଶନ ଶେଷ କରିବେ।। ଓ୍ୱାଙ୍ଗଚୁକଙ୍କ ପ୍ରଥମ ସର୍ତ୍ତ ହେଉଛି, ସରକାର ଶିକ୍ଷା ବ୍ୟବସ୍ଥାର କଥିତ ବିଫଳତା ପାଇଁ ଦାୟୀତ୍ୱ ନିଅନ୍ତୁ, ବିଶେଷ କରି ସମ୍ପ୍ରତି ହୋଇଥିବା ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା । ଦ୍ୱିତୀୟ ସର୍ତ୍ତ ହେଉଛି, ରାଜନୈତିକ ନେତାମାନେ ତାଙ୍କୁ ଆଶ୍ୱାସନା ଦିଅନ୍ତୁ ଯେ ସଂସଦରେ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଉଠାଇବେ ।

ତୃତୀୟ ଦାବିରେ ଓ୍ୱାଙ୍ଗଚୁକ୍ କହିଛନ୍ତି, ଯଦି ତାଙ୍କ ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ କାରଣରୁ ସେ ଆଜି ସଂସଦ ପର୍ଯ୍ୟନ୍ତ ଯାତ୍ରାରେ ଯୋଗ ଦେବାକୁ ଅସମର୍ଥ ହୁଅନ୍ତି, ତେବେ ଶ୍ରେଷ୍ଠ ରାଜନୈତିକ ନେତାମାନେ ହସ୍ପିଟାଲ୍‌କୁ ଆସି ଉପରୋକ୍ତ ଦୁଇଟି ସର୍ତ୍ତର ଆଶ୍ୱାସନା ଦେବେ ।

ଅଧିକ ପଢନ୍ତୁ