ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ । ଏହା ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ତେବେ ଏନ୍ଇଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ଆକ୍ଟିଭିଷ୍ଟ ସୋନମ୍ ଓ୍ବାଙ୍ଗ୍ଚୁକ୍ଙ୍କ ଅନଶନ, ଅଯୋଧ୍ୟା ରାମମନ୍ଦିରରୁ ଦାନ ଅର୍ଥ ଚୋରି ଅଭିଯୋଗ, ପେଟ୍ରୋଲରେ ଇଥାନଲ ମିଶ୍ରଣ ଏବଂ ବିଦେଶୀ ନୀତିକୁ ନେଇ ବିରୋଧୀମାନେ ସରକାରଙ୍କୁ ଘେରିବାକୁ ଯୋଜନା କରିଥିବାରୁ ଅଧିବେଶନ ଆରମ୍ଭରୁ ତୁମ୍ବିତୋଫାନ ହେବା ସମ୍ଭାବନା ରହିଛି। ଅଧିବେଶନ ପୂର୍ବରୁ ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରୁ ଏହାର ସୂଚନା ମିଳିଛି। ଏହି ଅଧିବେଶନରେ ୭ଟି ବଡ଼ ବିଲ୍ ଆସିବ । ବଦଳିଯିବ ଅନେକ ନିୟମ । ‘ବନ୍ଦେ ମାତରମ’ ଅପମାନ ବିରୋଧୀ ବିଲ୍ (୨୦୨୬) ଆଗତ ହେବ । ଜାତୀୟ ଏକତା ଏବଂ ସାଂସ୍କୃତିକ ଗୌରବକୁ ସୁଦୃଢ଼ କରିବା ପାଇଁ ସରକାର ୧୯୭୧ର ପୁରୁଣା ଆଇନରେ ସଂଶୋଧନ ଆଣୁଛନ୍ତି ।
