ଓଡ଼ିଶାରେ ଅଣ୍ଡା ମହଙ୍ଗା: ଅଙ୍ଗନବାଡି ଦିଦିଙ୍କ ଅଣ୍ଡା ଚିନ୍ତା , ବଜାରରେ ୯ଟଙ୍କା

ରାଜ୍ୟରେ ବଢିଲା ଅଣ୍ଡା ଦର । ହଠାତ ଦରରେ ସିଧାସଳଖ 2 ଟଙ୍କା ବୃଦ୍ଧି ହୋଇଛି । କିଛି ଦିନ ତଳେ ଗୋଟିଏ ଅଣ୍ଡା 7 ଟଙ୍କା 15 ପଇସା ଥିବାବେଳେ ଦରବୃଦ୍ଧି ପରେ ମୂଲ୍ୟ 9 ଟଙ୍କାରେ ପହଞ୍ଚିଛି । କେତେକ ଖୁଚୁରା ବ୍ୟବସାୟୀ ଗୋଟିଏ ଅଣ୍ଡାକୁ 10 ଟଙ୍କାରେ ମଧ୍ୟ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଅଣ୍ଡା ଟ୍ରେ’ ପୂର୍ବରୁ 180 ଟଙ୍କା ଥିବା ବେଳେ ଏବେ ତାହା 270 ଟଙ୍କାରେ ପହଞ୍ଚିଛି ।।ସେପଟେ ଅଙ୍ଗନବାଡିରେ ପାଠ ପଢ଼ୁଥିବା ପିଲାଙ୍କ ପାଇଁ ଅଣ୍ଡା ଟେନସନ୍ ବଢ଼ିଲାଣି । ସରକାର ଏବେ ଗୋଟିଏ ଅଣ୍ଡା ପାଇଁ ୭ଟଙ୍କା ଦେଉଛନ୍ତି । ହେଲେ ଅଧିକ ୨ଟଙ୍କା କେଉଁଠୁ ଆସିବ, ତାକୁ ନେଇ ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି । ତେଣୁ ସରକାରଙ୍କୁ ସିଧାସଳଖ ଚିଠି ଲେଖି ଏ ସମସ୍ୟା ସଂକ୍ରାନ୍ତରେ ଅବଗତ କରାଯିବ ବୋଲି ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ୱାର୍କର ଆସୋସିଏସନ୍ ପକ୍ଷରୁ ସୂଚନା ମିଳିଛି । ହୋଲସେଲ ବଜାର ଓ ଖାଉଟି ବଜାରରେ ଏବେ ଆକାଶପାତାଳ ତଫାତ୍ ।ରାଜ୍ୟରେ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପୁଷ୍ଟିସାଧନ ପାଇଁ ରାଜ୍ୟ ସରକାର ପୋଷଣ ଯୁକ୍ତ ଖାଦ୍ୟରେ ଅଣ୍ଡା ଯୋଗାଇ ଦେଉଛନ୍ତି । ଅଙ୍ଗନବାଡ଼ି କର୍ମୀଙ୍କ ମାଧ୍ୟମରେ ଅଣ୍ଡା ବଣ୍ଟନ ହେଉଛି । ୧୧ ରୁ ୧୪ ବର୍ଷ ବୟସର ସମସ୍ତ କିଶୋରୀ ବାଳିକାମାନଙ୍କୁ ପୁଷ୍ଟି ସହାୟତା ଯୋଗାଇ ଦେବା ପାଇଁ ମାସକୁ ୧୬ଟି, ଅତିଶୟ ପୁଷ୍ଟିହୀନ ଶିଶୁ (୬ ମାସରୁ ୩ ବର୍ଷ), ଗର୍ଭବତୀ ଓ ପ୍ରସୂତି ମହିଳା । ୬ ମାସରୁ ୩ ବର୍ଷ ଯାଏ ସାଧାରଣ ଶିଶୁଙ୍କୁ ମାସକୁ ୧୨ଟି ଲେଖାଏଁ ଅଣ୍ଡା ଦିଆଯାଏ । ରନ୍ଧନ ଖାଦ୍ୟରେ ମଧ୍ୟ ସପ୍ତାହକୁ ୫ଟି ଲେଖାଏଁ ଅଣ୍ଡା ଦିଆଯାଉଛି ।

ଅଧିକ ପଢନ୍ତୁ