ଅର୍ଥ ବିଭାଗ ପକ୍ଷରୁ ଏହି ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ । ଗାଦି ଛାଡ଼, ନହେଲେ ବନ୍ଦ ହେବ ଦରମା , ବଦଳି ଆଦେଶକୁ ମାନୁ ନଥିବା ଅଧିକାରୀଙ୍କ ପାଇଁ ଆସିଛି ଏହି ନିର୍ଦ୍ଦେଶ । ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନଦେଲେ କାଲିଠୁ ବନ୍ଦ ହେବ ଦରମା । ଅର୍ଥ ବିଭାଗର ତିନି ତିନି ଥର ନିର୍ଦ୍ଦେଶକୁ ଫୁ’ ପରେ ଅର୍ଥ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ରିମାଇଣ୍ଡର ଓ ଚେତାବନୀ ବି ପ୍ରଭାବହୀନ ହୋଇଥିବାରୁ ପଦକ୍ଷେପ ନିଆଯାଇଥିବା ଅର୍ଥ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
