୨୩ ଦିନ ଅନଶନ ପରେ ସୋନମ ୱାଙ୍ଗଚୁକ ! CJPର ଆନ୍ଦୋଳନ ପରେ ଆସିଲା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୟାନ

ଦୀର୍ଘ ୨୩ ଦିନ ଧରି ଅନଶନରେ ଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟକୁ ନେଇ ସଫଦରଜଙ୍ଗ ହସ୍ପିଟାଲ ନୂଆ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରିଛି । ବୁଲେଟିନ୍ ଅନୁସାରେ, ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ପାରାମିଟର ସ୍ଥିର ଥିଲେ ମଧ୍ୟ ରକ୍ତ ଚାପ ଓ ପୋଟାସିୟମ୍ ସ୍ତର କମ୍ ରହିଛି । ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ରାତିରେ କରାଯାଇଥିବା ପରୀକ୍ଷାରେ ସିରମ୍ ପୋଟାସିୟମ୍ ସ୍ତର ୩.୨ଏମଇକ୍ୟୁ/ଏଲ ରହିଥିବା ବେଳେ, ସେ ପ୍ୟାନସାଇଟୋପେନିଆ ସମସ୍ୟାରେ ମଧ୍ୟ ପୀଡ଼ିତ ଅଛନ୍ତି । ଅର୍ଥାତ୍ ତାଙ୍କ ଶରୀରରେ ରକ୍ତ ଓ ଧଳା ରକ୍ତ କଣିକାର ପରିମାଣ କମ୍ ରହିଛି । ଏହି କାରଣରୁ ତାଙ୍କର ବାରମ୍ବାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଅନ୍ୟପଟେ ପେପର ଲିକ୍‌ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏନଡିଏ (NDA) ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯୁବବର୍ଗଙ୍କ ଭବିଷ୍ୟତ ସହିତ ଖେଳିବାକୁ ଦିଆଯିବ ନାହିଁ। ପେପର ଲିକ୍‌ ଦୋଷୀମାନଙ୍କୁ କଠିନରୁ କଠିନତମ ଦଣ୍ଡ ଦିଆଯିବ।

ଏହା ସହିତ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ‘ମହାପାପ’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଛନ୍ତି, ମାମଲାରେ ଏ ପର୍ଯ୍ୟନ୍ତ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଛାତ୍ରଙ୍କ ଭବିଷ୍ୟତକୁ ନେଇ ସରକାର ସମ୍ବେଦନଶୀଳ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।ଭବିଷ୍ୟତରେ ପ୍ରଶ୍ନପତ୍ର ଲିକ୍‌ ନ ହେବା ଦିଗରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ସମସ୍ତ ରାଜ୍ୟର ସହଯୋଗ ଲୋଡ଼ିଛନ୍ତି ପିଏମ୍‌ ମୋଦି।

ଅଧିକ ପଢନ୍ତୁ