ଭୁବନେଶ୍ୱର,(ଓଡିଶା ଦର୍ପଣ): ଦିଲ୍ଲୀ ଛାତ୍ର ଆନ୍ଦୋଳନକୁ ସମର୍ଥନ କରିଥିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଏନେଇ ପ୍ରତିକ୍ରିୟା ରଖିଥିଲେ ବିଜେପି ସାଂସଦ ଭର୍ତ୍ତୃହରି ମହତାବ । ମହତାବଙ୍କୁ କାଉଣ୍ଟର କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ଛାତ୍ରମାନଙ୍କ ଭବିଷ୍ୟତ ସୁରକ୍ଷା ଓ ସ୍ୱର ଉଠାଇବା କଣ ଅପରାଧ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଅଧିକାର ଓ ନ୍ୟାୟ ପାଇଁ ଲଢ଼ୁଥିବା ଛାତ୍ରମାନଙ୍କ ସହ ଆଲୋଚନା କରିବା ପରିବର୍ତ୍ତେ ତାଙ୍କୁ ଲହୁ ଲୁହାଣ କରିବା କେଉଁ ସୁସ୍ଥ ଗଣତନ୍ତ୍ର ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ଅରୁଣ ସିଧାସଳଖ ଭର୍ତ୍ତୁହରୀଙ୍କୁ ଆପଣ କେଉଁ ଦଳରେ ଥିଲେ, ଆପଣଙ୍କ ନେତା କିଏ ଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଦଳ ବଦଳାଇବା ପରେ ଇତିହାସକୁ ବଦଳାନ୍ତୁ ନାହିଁ ବୋଲି କହିଛନ୍ତି। ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଆଲୋଚନା କରିବା ପରିବର୍ତ୍ତେ ଛାତ୍ରମାନଙ୍କୁ ବର୍ବରଚିତ ଆକ୍ରମଣ କଣ ଦେଶ ଭକ୍ତି ବୋଲି ପ୍ରଶ୍ନ କରିଛନ୍ତି । ଜନମତକୁ ଆଧାର କରି ସାରା ଦେଶରେ ସୃଷ୍ଟି ହୋଇଥିବା ତୀବ୍ର ପ୍ରତିକ୍ରିୟା ଉପରେ ମତାମତ ଦେବା କଣ ପାପ? ଯଦି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମତାମତ ରଖିଛନ୍ତି, ଭାରତୀୟ ଜନତା ପାର୍ଟି ଏହାକୁ ନେଇ ଭୟଭୀତ କାହିଁକି? ଭାରତ ବର୍ଷର ଛାତ୍ର ସମାଜ ପ୍ରତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଢ଼ ଯୁକ୍ତି ଓ ସମର୍ଥନ କରିବାକୁ ନେଇ ୧୨ ଜଣ ବିଜେପି ଏମ୍ପି ଏବଂ ଭର୍ତ୍ତୁହରୀ ମହତାବ କଟୁକ୍ତି କରିବାକୁ ଡ. ସାହୁ ନିନ୍ଦା କରିଛନ୍ତି । ଯଦି ସାଂସଦ ଭର୍ତ୍ତୁହରୀଙ୍କ କଥାନୁସାରେ, ଆନ୍ଦୋଳନକାରୀମାନେ ଦେଶଦ୍ରୋହୀ । ତେବେ ଏହି ଆନ୍ଦୋଳନ ପାଇଁ ଅନୁମତି କିଏ ଦେଇଛି । କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଦେଶଦ୍ରୋହୀଙ୍କ ସହ ଆଲୋଚନା କରୁଛନ୍ତି? ଭାରତବର୍ଷର ସ୍ୱାଧିନତା ସଂଗ୍ରାମ ହେଉ କି ବିଭିନ୍ନ ସରକାର ସମୟରେ ଆନ୍ଦୋଳନ ହୋଇଛି । ଓଡ଼ିଶାରେ ଅନେକ ଥର ପେପର୍ ଲିକ୍ ଘଟଣା ପ୍ରସଙ୍ଗରେ ବିଧାୟକ ଅରୁଣ ବିଜୁ ଜନତା ଦଳରୁ ଭର୍ତ୍ତୁହରୀ ବାବୁ ୬ ଥର ଏମ୍ପି ହୋଇଥିଲେ । ସେ କଥା କଣ ଭୁଲିଗଲେ? ସେତେବେଳେ ଏହି ପ୍ରସଙ୍ଗ ଉଠାଇଥିଲେ କି । ଓଡ଼ିଶା ପେପର୍ ଲିକ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସେ ଦଳ ବଦଳାଇଛନ୍ତି । ଦଳ ବଦଳାଇବାମାନେ ନୁହେଁ ଯେ, ଇତିହାସ ବଦଳାଇବା ବୋଲି କହିଛନ୍ତି । ଦଳରେ ଥିବା ବେଳେ ଆପଣ ବୁଲାଇ ବଙ୍କେଇ କାଁ ଭାଁ କିଛି କହୁଥିଲେ । ଏବେ ଭାରତୀୟ ଜନତା ପାର୍ଟିରେ ପେପର ଲିକ୍ ଉପରେ ପ୍ରଶ୍ନ ଉଠାନ୍ତୁ । ବିଜେପି ସରକାର ଏବେ ପେପର୍ ଲିକ୍ ସରକାରରେ ପରିଣତ ହୋଇଛି । ଆପଣ ଏହା ଉପରେ ପ୍ରଶ୍ନ ଉଠାନ୍ତୁ । ଜଣାପଡ଼ନ୍ତା ଆପଣ ପରିବାର, ଜଣାପଡ଼ନ୍ତା ଆପଣ ମୁକ୍ତ ବିଚାରଧାରାର । ସେ କଥା କରିବାର ସାହାସ ଆପଣଙ୍କର ନାହିଁ । ଆପଣ ଯଦି ନକହି ପାରିବେ, ଆପଣ ଏକଛତ୍ରବାଦୀ ଦଳରେ ଅଛନ୍ତି । ନବୀନ ବାବୁଙ୍କ ସରକାରରେ ଅନେକ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି, ଯାହା ଭାରତ ବର୍ଷରେ ଅଦ୍ୱିତୀୟ ରେକର୍ଡ଼ । ବିଜେପି ସରକାରରେ ଇସ୍ତଫା ଦେବାର ନାଁ ଗନ୍ଧ ନାହିଁ, ତେଣୁ ଗୋଦରୀ ଲୋ ଗୋଡ଼ ତଳକୁ ଅନା । ଓଡ଼ିଶାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ଅଢ଼େଇ ହଜାର ଭୁଲ ବାହାରିଛି । ଆପଣ ଏନେଇ ପାଟି ଖୋଲିଛନ୍ତି କି? କେବେ ଆପଣ ପବ୍ଲିକରେ କି ଦଳ ଭିତରେ ଏନେଇ କହିଛନ୍ତି କି? ନବୀନଙ୍କ ନେତୃତ୍ୱରେ ଆପଣ ବହୁ ବର୍ଷ କାର୍ଯ୍ୟ କରିଛନ୍ତି । ବିଜେପି ଚାପରେ ହେଉ, କି କେଉଁ ମନ୍ତ୍ରୀ ପଦ ଲାଳସାରେ ହେଉ ନବୀନ ବାବୁଙ୍କ ବିରୁଦ୍ଧରେ କହିବା ହାସ୍ୟାସ୍ପଦ ବୋଲି ଡ. ଅରୁଣ କହିଛନ୍ତି ।
